ଜଟଣୀରେ ଗଜାନନ ଙ୍କ ଭସାଣି ଉତ୍ସବ ପାଳିତ
ଜଟଣୀରେ ଗଜାନନ ଙ୍କ ଭସାଣି ଉତ୍ସବ ପାଳିତ । ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭସାଣି କମିଟି ତରଫରୁ ସମସ୍ତ ବଜାରର ମେଢ଼ ସୀତାରାମ ଛକରେ ଏକାଠି ହୋଇ ସେଠାରୁ ନାନାପ୍ରକାର ପାରମ୍ପରିକ ବାଦ୍ୟଯନ୍ତ୍ର,ଘୋଡ଼ା ନାଚ,ବାଘ ନାଚ ଓ ବୁଢ଼ାବୁଢ଼ୀ ନାଚ କରି ଜଟଣୀ ମୁଖ୍ୟ ରାସ୍ତା ଦେଇ ପୌର ପରିଷଦ ଦ୍ଵାରା କରାଯାଇଥିବା ଅସ୍ଥାୟୀ ପୋଖରୀରେ ଠାକୁର ବିସର୍ଜନ କରାଯାଇଥିଲା ।ଏହି ଉତ୍ସବକୁ ଦେଖିବା ପାଇଁ ଜଟଣୀ ଓ ଏହାର ଆଖ ପାଖ ଅଂଚଳର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା ।ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରସାଦ ସେବନ ଓ ପାଣି ବେବସ୍ତା କରିବା ସହ ଠାକୁରଙ୍କୁ ବନ୍ଦାପନ କରାଯାଇଥିଲା ।କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବେବସ୍ଥା କରାଯାଇଥିଲା ।
