ଏକ ଦିବସୀୟ ଆଲୋଚନା ଚକ୍ର

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ , ହିଞ୍ଜିଳିକାଟୁ ଓ IQAC ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ଦିବସୀୟ ଆଲୋଚନା ଚକ୍ର।ଶୀର୍ଷକ -: ସ୍ବାଧିନତା ପରବର୍ତ୍ତୀ ଓଡିଆ କଥ ସାହିତ୍ୟ।ଆସିକା ୧୮/୦୯/୨୦୨୪ ହିଞ୍ଜିଳିକାଟୁ , ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଏକ ଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଖାଡ଼ଙ୍ଗା ସଭାପତିତ୍ବ କରିଥିଲେ।ଏହାର ଶୀର୍ଷକ ଥିଲା ” ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟ” ।ଏଥିରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି, ପ୍ରଫେସର ଡ. ଗୀତାଞ୍ଜଳି ଦାଶ ପାଠଚକ୍ର କୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର ର କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ବାଇଁ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସ୍ଵାଧୀନତା ପରବର୍ତ୍ତୀ ମଣିଷର ଜୀବନ ଚିତ୍ର କିପରି ବଦଳିଛି ଏବଂ ତାହା କିପରି କଥା ସାହିତ୍ୟରେ ପ୍ରସ୍ଫୁଟିତ ହୋଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ବିଶ୍ଵଭାରତୀ ଶାନ୍ତି ନିକେତନ ବିଶ୍ଵବିଦ୍ୟାଳୟ, ପଶ୍ଚିମବଙ୍ଗ ପ୍ରଫେସର ଡ. ଶରତ କୁମାର ଜେନା ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ. ରମେଶ ଚନ୍ଦ୍ର ବେହେରା ରାଜ୍ୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ରାଜ୍ୟ ମୁଖ୍ୟ ତଥା ଉପସଚିବ ଉଚ୍ଚ ଶିକ୍ଷା ବିଭାଗ,ଓଡ଼ିଶା ସରକାର, ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ବ୍ରହ୍ମପୁର ଓ ଆଇକ୍ୟୁଏସି ର ସଂଯୋଜକ ଡ. ପ୍ରଫୁଲ୍ଲ ରଥ ଯୋଗଦାନ କରିଥିଲେ। ଭିତ୍ତି ପ୍ରବନ୍ଧ ପାଠକ ରୂପେ ଡ. ହୃଷିକେଶ ପଣ୍ଡା ଯୋଗ ଦେଇଥିଲେ। ଆବାହକ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଅତିଥି ପରିଚୟ ଓ ଶୀର୍ଷକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଡ. ସଙ୍ଗୀତା ମିଶ୍ର ଅତିଥିଙ୍କୁ ସ୍ବାଗତ କରିବା ବେଳେ ଅଧ୍ୟାପକ ଅନିଲ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଓ ଦ୍ବିତୀୟ ଅଧିବେଶନରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ଲମ୍ବୋଦର ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ. କୁଳମଣି ଓଝା, ଉପସଚିବ ମାଧ୍ୟମିକ ଶିକ୍ଷା ପରିଷଦ ଯୋଗଦାନ କରିଥିଲେ। ପ୍ରବନ୍ଧ ପାଠକ ରୂପେ ପ୍ରଥମ ଓ ଦ୍ବିତୀୟ ଅଧିବେଶନରେ ସଞ୍ଜୟ କୁମାର ପଣ୍ଡା, ଅଶୋକ କୁମାର ପଣ୍ଡା, ଡ. ବନମାଳୀ ପାଣଗ୍ରାହୀ, ଡ. ରାଜେନ୍ଦ୍ର କୁମାର ତ୍ରିପାଠୀ, ଅଧ୍ୟାପକ ଧର୍ମେନ୍ଦ୍ର ନାଥ ପାତ୍ର, ଅଧ୍ୟାପିକା ସସ୍ମିତା ଲୋହର୍, ଅଧ୍ୟାପିକା ଗୀତାରାଣୀ ବିଷୋୟୀ, ସ୍ନାତକ ଛାତ୍ର କାହ୍ନୁ ଚରଣ ପାତ୍ର ଏବଂ ସ୍ନାତକୋତ୍ତର ଛାତ୍ର ରାଜେଶ କୁମାର ପାତ୍ର ପ୍ରବନ୍ଧ ପାଠ କରିଥିଲେ । ଅଧ୍ୟାପିକା ଭାରତୀ ବାଳା ସାହୁ ଅତିଥି ସ୍ଵାଗତ କରିଥିବା ବେଳେ ଅଧ୍ୟାପକ ସୁଦର୍ଶନ ରଇତ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଖାଡଙ୍ଗା ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ କୃଷ୍ଣ ପ୍ରସାଦ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପ୍ରାଧ୍ୟାପକ ଡ. ପ୍ରଦୀପ ନନ୍ଦ ଏବଂ ଡ. କେଶବ ଷଡ଼ଙ୍ଗୀ ଯୋଗଦାନ କରିଥିଲେ। ଏଥିରେ ଅଧ୍ୟାପକ ଜଗନ୍ନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *