ଦେବତ୍ତୋର ଜମି ଉପରେ ବର୍ତ୍ତମାନ ଜମି ମାଫିଆଙ୍କ ନଜର ପଡିଛି
ମହାପ୍ରଭୁଙ୍କ ନାମରେ ରେକର୍ଡଭୁକ୍ତ ଜମିକୁ Affidavit ମାଧ୍ୟମରେ ଭିନ୍ନଭିନ୍ନ ଲୋକଙ୍କୁ ହିଞ୍ଜିଳି ଅଞ୍ଚଳରେ ବିକ୍ରି ଚାଲିଛି । ଯାହାକୁ ନେଇ କିଛି ସ୍ଥାନୀୟ ଲୋକମାନେ ଲିଖିତ ଭାବେ ଅଭିଯୋଗ ପତ୍ର ଦେବତ୍ତୋର ଆୟୁକ୍ତ କୁ କରିଛନ୍ତି ।ଏଥିରେ କିଛି ନିର୍ବାଚିତ ଜନପ୍ରତିନିଧି ସଂପୃକ୍ତ ଥିବା ଅନୁମାନ କରାଯାଉଥିବା ବେଳେ ପ୍ରାୟ ୨କୋଟିରୁ ଅଧିକ ମୁଲ୍ଯର ଜମିକୁ ଶାଗମାଛ ଦରରେ ଦେବତ୍ତୋର ଜମିକୁ ବିକ୍ରି ହେଉଛି ।ସୁଚନାପ୍ରକାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ମୌଜାର ଖତିୟାନ ନମ୍ବର ୪୦ ପ୍ଳଟ ନମ୍ବର୯୩ରେ ଥିବା ଏ ୦.୮୨୩ ଡେସିମିଲି ରାଧାକୃଷ୍ଣ ମହାପ୍ରଭୁ ମାରୁଡି ଜଗନ୍ନାଥପୁର ଶାସନରେ ଅଧିଷ୍ଠିତ ରାଧାକୃଷ୍ଣ ମନ୍ଦିରଙ୍କ ନାମରେ ଜମି ରହିଛି ।ଏହାର ମାର୍ଫତଦାର ଉକ୍ତ ଜମିକୁ ପ୍ଳଟ କରି ଭିନ୍ନଭିନ୍ନ ଲୋକଙ୍କୁ Affidavit ମାଧ୍ଯ୍ଯମରେ ବିକ୍ରି କରୁଥିବା ନଜରରେ ଆସିଛି । ପ୍ଳଟକୁ ଖରିଦ କରିଥିବା ବିଶେଷ ସମତୁଲ କରି ଗୃହ ନିର୍ମାଣ କାର୍ଯ୍ୟ କରୁଛନ୍ତି।ଉକ୍ତ ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ,ପାନୀୟ ଜଳ, ବିଦ୍ଯୁତ ସଂଯୋଗ ନିମନ୍ତେ ହିଞ୍ଜିଳି ପୌରପରିଷଦରୁ ମଞ୍ଜୁର କରାଯିବା ଲାଗି ଜୈନିକ ନିର୍ବାଚିତ ଜନପ୍ରତିନିଧି ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଅଛି ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଉକ୍ତ ଦେବତ୍ତୋର ଜମି ପୌରପରିଷଦ ଅଧିନରେ ଥିଲେ ମଧ୍ୟ କୌଣସି ପ୍ଳାନ ଓ Estimate ମଞ୍ଜୁର କରାଯାଇନାହିଁ କି ଦେବତ୍ତୋର ବିଭାଗୀୟ ନିୟମାନୁଯାଇ ହୋଇନଥିବା ଜଣାପଡିଛି । ଉକ୍ତ ଜମିକୁ ଶାଗମାଛ ଦରରେ ବିକ୍ରି ନକରି ସ୍ଥାନୀୟ ତହସିଲଦାର ନିଜ ଅଧୀନକୁ ନେଇ ଏକ କମିଟି ସରକାରୀ ସ୍ତରରେ ହେବା ସହ ହିଞ୍ଜିଳି ପୌରପରିଷଦ ଉକ୍ତ ଜମିରେ କୌଣସି ପ୍ରକାର ସରକାରୀ ଯୋଜନା ମଞ୍ଜୁର କରାନାଯାଉ ବୋଲି ସ୍ବାକ୍ଷର କରି ଏକ ଆପତ୍ତି ଅଭିଯୋଗ ପତ୍ର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ପତ୍ର ଦେଇଛନ୍ତି । ଯଦି ମହାପ୍ରଭୁଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛ ନାହିଁ ତାହେଲେ ନିୟମନୁଯାଇ ଉକ୍ତ ମହାପ୍ରଭୁଙ୍କ ଜମିକୁ ଦେବୋତ୍ତର ବିଭାଗ ବିକ୍ରି କରିବା ନିମନ୍ତେ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଜାତୀୟ କଂଗ୍ରେସର ପୁର୍ବତନ ହିଞ୍ଜିଳି ନଗର ସଭାପତି ଶ୍ରୀ ରଂଜିତ କୁମାର ପୋଲାଇ କହିଛନ୍ତି ।ରିପୋର୍ଟ :-ରଂଜିତ କୁମାର ପୋଲାଇ
