ତହସିଲଦାର ଙ୍କ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ
ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ସାବା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତାବସ୍ଥା ପରଖିଛନ୍ତି । ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବାଡତ୍ୟାଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥାନ,ସ୍ବାସ୍ଥ୍ୟ ଅବସ୍ଥା,ନିୟମିତ ଭାବେ ସ୍ବାସ୍ଥ୍ୟ ପରୀକ୍ଷା ହେଉଛି ନା ନାହିଁ, ପରିଶ୍ରା ଗାର ଓ ପାଇଖାନା ସଫା ସୂତରା,ହଷ୍ଟେଲ ପରିବେଶ,ରୋଷେଇ ଘର, ଭଣ୍ଡାର ଘର ପରିଷ୍କାର ପରିଚ୍ଛନ୍ନତା, ଛାତ୍ର ଛାତ୍ରୀ ମାନଙ୍କ ପୋଷାକ ସଫା ସୁତରା,ଅନ୍ତେବାସୀ ମାନଙ୍କ ବିଳାସ ବ୍ୟସନ ସାମଗ୍ରୀ ବ୍ୟବହାର,ଖାଦ୍ୟ,ପାନୀୟ ଜଳ,ଶିକ୍ଷକ ଉପସ୍ଥାନ, ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା, ଏ ଏନ ଏମ ଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା, ଲାଇବ୍ରେରୀ ଓ କ୍ରୀଡା ସାମଗ୍ରୀ ବ୍ୟବହାର ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରକାଶ ଯୋଗ୍ୟ ଧରାକୋଟ ବ୍ଲକର ଦୁଇଗୋଟି ସରକାରୀ ଆଶ୍ରମ ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନ କରି ଏଠାକାର ସ୍ଥିତାବସ୍ଥା ,ପରିବେଶ,ଶିକ୍ଷାଦାନ ଓ ସ୍ବଚ୍ଛତା ପରୀକ୍ଷଣ କରିବା ପାଇଁ ତହସିଲଦାର ଲମ୍ବୋଦର ମାରାଣ୍ଡି ଏବଂ ଧରାକୋଟ ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀ ଡେନିସ ବେହେରାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି।
