ସହରର ବିକାଶକୁ ନେଇ କାଉନସିଲ ବୈଠକ

ବ୍ୟାସନଗର ପୌର କାର୍ଯ୍ୟାଳୟରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି l ସହରର ବିକାଶକୁ ନେଇ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା l ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ସଭାପତିତ୍ୱରେ ଆୟୋଜିତ କାଉନସିଲ ବୈଠକରେ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ନମ୍ରତା ମୋଦୀଙ୍କ ସମେତ ୨୬ ଟି ୱାର୍ଡର କାଉନସିଲର ମାନେ ଉପସ୍ଥିତ ରହି ସହର ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ବିଶେଷ ଭାବରେ ସହରରେ ଅନେକ ଦିନ ହେବ କୌଣସି କାର୍ଯ୍ୟ ନହେବାକୁ ନେଇ କାଉନସିଲର ମାନେ ହଂଗାମା କରିଥିଲେ l ନିର୍ବାହୀ ଅଧିକାରି ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ l ଏହି ବୈଠକରେ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *