ଶୁଣ ନିବେଦନ ବିଭାଗ ଜଳସେଚନ।
ଶୁଣ ନିବେଦନ ବିଭାଗ ଜଳସେଚନ। ରାସ୍ତା କରିଦିଅ ସମାନ। ନିମାପଡା ( ) ଶୁଣ ନିବେଦନ ବିଭାଗ ଜଳସେଚନ। ରାସ୍ତା କରିଦିଅ ସମାନ। ହୋଉଛୁ ବଡ଼ ହୀନିମାନ। ଏ ଉକ୍ତି ହେଉଛି ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସମସ୍ତ ପଥଚାରୀଙ୍କ। ସୂଚନା ମୁତାବକ ନିମାପଡା ଡେଲଟା ଛକ ଠାରୁ ଜୟଗୁରୁ ଆଶ୍ରମ ପର୍ଯ୍ୟନ୍ତ ଜଳସେଚନ ବିଭାଗ ଅଧୀନରେ ଏକ କେନାଲ ରାସ୍ତା ଅଛି। ଏହା ନିମାପଡାର ମୁଖ୍ୟ ରାସ୍ତା। ଗତ ବର୍ଷ ଏହି ରାସ୍ତା ଖାଲ ଖମା ହୋଇଥିବା ବେଳେ ପ୍ୟାଚ ପକା ଯାଇଥିଲା। ତେବେ ବର୍ଷେ ଗଲାନି ତଳିପକା କାମ। ପୁନର୍ବାର ଦୁଇ ମାସ ତଳେ ଵଜୂରୀ ଗୋଡି ଏହି ରାସ୍ତାରେ ପକାଯାଇଥିଲା।ଏବେ ଏହି ରାସ୍ତା ପୁଣି ଖାଲ ଖମାରେ ଭର୍ତ୍ତି ହୋଇ ଯାଇଛି। କିଭଳି ଭାବରେ ରାସ୍ତାର କାମ କରା ଯାଉଛି ଯେ ଯଥା ପୂର୍ବଂ ତଥା ପରଂ ହୋଇ ଯାଉଛି। ଯାହା ଅଭିଯୋଗ ହୋଇଛି କେନାଲ ବନ୍ଧ ରାସ୍ତା ନିର୍ମାଣ ନିମ୍ନ ମାନର ହୋଇ ଥିବାରୁ ଅଳ୍ପ ଦିନ ମଧ୍ୟରେ ରାସ୍ତା ଖାଲ ଖମା ହୋଇ ଯାଇଥିଲା। ତା ପରେ ଆରମ୍ଭ ହୋଇ ଯାଇଥିଲା ତଳି ପକା କାମ।ଏହି କେନାଲ ବନ୍ଧ ରାସ୍ତା ଏବେ ଜଳ ସେଚନ ବିଭାଗ ଠିକାଦାରଙ୍କ ଲେଉଟିଆ କିଆରି ପାଲଟିଥିବା ସାଧାରଣରେ ଚର୍ଚ୍ଚା ହୋଇଛି। ମେଣ୍ଟାଲ କିଛି ପକାଯାଇ ପ୍ୟାଚ ପଡୁଛି। ପୁଣି କିଛି ଦିନ ପରେ ରାସ୍ତା ଯେଉ ଅବସ୍ଥାକୁ ସେହି ଅବସ୍ଥା। ବର୍ଷା ଦିନ ଚାଲି ଥିବାରୁ ଖାଲରେ ପାଣି ପଶି ଖାଲ ଖମା ଜଣା ପଡ଼ୁ ନ ଥିବାରୁ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି। ଏହି ରାସ୍ତାଟି ନିମାପଡାର ମୁଖ୍ୟ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ନିମାପଡା କୋର୍ଟ କଲେଜ ବିଦ୍ୟାଳୟକୁ ଯିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତେକ ଦିନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଯାତାୟତ କରି ଥାଆନ୍ତି। ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାର ସ୍ଥାୟୀ ସମାଧାନ କରିବା ପାଇଁ ଦାବୀ ହୋଇଥିବା ବେଳେ ବର୍ତମାନ ରାସ୍ତାରେ ଥିବା ଖାଲ ଢିପକୁ ସମାନ କରିବା ଜରୁରୀ ହୋଇପଡିଛି। ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ନିମାପଡା ଅଂଚଳ ବାସିନ୍ଦା ନିବେଦନ କରିଛନ୍ତି।
