ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସାମ୍ବାଦିକ ଦିଲ୍ଲୀପ ପଟ୍ଟନାୟକ ସମ୍ବର୍ଦ୍ଧିତ
ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଜିଲା ସମ୍ପାଦକ ଶ୍ରୀ ଦିଲ୍ଲୀପ ପଟ୍ଟନାୟକ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି। ବିଶ୍ବ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ଅବସରରେ ଜିଲ୍ଲା ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଆୟୋଜିତ ଜିଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଜିଲା ମୁଖ୍ଯଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ଯ ଅଧିକାରୀ(ସିଡିଓ ଆଣ୍ଡ ପିଏଚଓ) ଡା. ରାଜଶ୍ରୀ ପଟ୍ଟନାୟକ ଓ ଏଡିପିଏଚ (ପରିବାର କଲ୍ୟାଣ) ଡା. ରଘୁନାଥ ନାୟକ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲା ପ୍ରେସ କ୍ଲବ ଓ ଓୟୁଡବ୍ଲ୍ଯଜେ, ଓଜେୟୁ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଡିପିସି ପକ୍ଷରୁ ସାମ୍ବାଦିକ ଭବନରେ ଆୟୋଜିତ ରକ୍ତଦାନ ଶିବିରରେ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ, ଏଥିସହିତ ଅନ୍ଯ ମାନଙ୍କୁ ଉତ୍ସାହିତ କରିଥିଲେ। ଆଗକୁ ମଧ୍ଯ ସେ ପ୍ରତି 3ମାସରେ ରକ୍ତଦାନ କରିବେ ବୋଲି ସଂକଳ୍ପ କରିଥିଲେ। ଶ୍ରୀ ପଟ୍ଟନାୟକ ଉଭୟ ଅନୁଷ୍ଠାନ ଜିଲା ସମ୍ପାଦକ ଦାୟିତ୍ବ ରହିଛନ୍ତି। ସେ ଲବ୍ଧ ପ୍ରତିଷ୍ଠିତ ଦୈନିକ ଇଂରାଜୀ ଖବରକାଗଜ ଷ୍ଟେଟ୍ସମ୍ୟାନ ର ସେ ଖୋର୍ଦ୍ଧା ସ୍ବତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ଯରତ ଅଛନ୍ତି। ଏଥିସହିତ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ଅଛନ୍ତି। ଅନ୍ଯ ମାନଙ୍କ ମଧ୍ଯରେ ଡିଜିଏମ ପ୍ରକାଶ ବାନାର୍ଜୀ, ଡିପିଏଚଓ ପ୍ରସନ୍ନ ମହାପାତ୍ର ଙ୍କ ସମେତ ବିଭିନ୍ନ ରକ୍ତଦାନ ଶିବିର ଆୟୋଜକ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ଥିଲେ।
