ଏମ ଏସ ଏମି ଇ ସଂଗଠନ ଜିଲ୍ଲା ପାଳ ଙ୍କ ଦ୍ବାରସ୍ଥ
M.S.M.E. ମାନେ ମିଶି ବିଭିନ୍ନ ସ୍କୁଲରେ ଆଜିକୁ ଦିର୍ଘ ଦିନ ହେବ କିଛି ସ୍କୁଲ୍ରେ ଆମେ ଡ୍ରେସ ଦେବା ସହ ଯୋତା ଦେଇ ଆସୁଥିଲୁ । ତହିଁ ମାନ BEO ଏବଂ A.B.E.O ମିଶି ବର୍ତ୍ତମାନ S.H.G group କୁ ଦେଇ ନିମ୍ନମାନର ଡ୍ରେସ ଦେବା ସହ ପିଲାମାନଙ୍କର ଟଙ୍କା କୁ ହଡ଼ପ କରି ଖାଇବା ପାଇଁ ଚାହୁଁଛନ୍ତି । ଯେଉଁ ସ୍କୁଲରେ ବେଶି ପିଲା ଅଛନ୍ତି ବାଛି ବାଛି ଉକ୍ତ ସ୍କୁଲର ପିଲାମାନଙ୍କର କରିବା ସହ ଆମ୍ଭମାନଙ୍କୁ ହଇରାଣ ହରକତ କରୁଅଛନ୍ତି । ଯାହାର ଯୋଗ୍ୟତା ନ ଥାଇ ତାହାକୁ ୫୦୦ ରୁ ଉର୍ଦ୍ଧ ପିଲା ଆଉ ଯାହାର ଯୋଗ୍ୟତା ଥାଇ ତାକୁ ୨୦ ରୁ ୩୦ ପିଲା ଦିଆଯାଇଅଛି । ଏହା ଏକ ପିଲାଙ୍କର ପଇସା ଆତ୍ମସାତ ହେବାର ସଂକେତ ଜଣା ପଡ଼ୁଅଛି । ଆମ୍ଭେ ଉକ୍ତ ବିଷୟରେ B.E.O & A.B.E.O କୁ ଜଣାଇବା ସତ୍ତ୍ୱେ ସେମାନେ ଆମ୍ଭର କଥାକୁ ଭୂକ୍ଷେପ ନ କରି ସେମାନଙ୍କୁ ଦେବା ପାଇଁ ବ୍ୟଘ୍ର ହୋଇ ପଡ଼ୁଛନ୍ତି । ଯଦି ପିଲାମାନେ ଭଲ ପୋଷାକ ଓ ଯୋତା ନ ପାଆନ୍ତି ତାହାହେଲେ ଆଗାମୀ ଦିନରେ ଅସନ୍ତୋଷ ବଢ଼ିବା ସହ ସରକାର ଜି.ଏସ.ଟି ବିଲ ମାଧ୍ୟମରେ ମଧ୍ଯ ଅସୁବିଧା ଭୋଗ କରିବେ।ଏଣୁ ପ୍ରାର୍ଥନା ଯେ ଆମର ଦରଖାସ୍ତଟିକୁ ଗ୍ରହଣ କରି ଉଚିତ୍ ପଦକ୍ଷେପ ଗ୍ରହଣ କଲେ ସ୍କୁଲ ପିଲାମାନଙ୍କର ସୁବିଧା ହେବା ସହ ସଠିକ୍ ଭାବରେ ସ୍କୁଲର ପିଲାମାନେ ଡ୍ରେସ ପାଇବା ନିମନ୍ତେ ସବୁ ଏସ.ଏଚ.ଜି କୁ ସମାନ ନଜର ପକାଇ ସମାନ ଭାବରେ ବଣ୍ଟନ କଲେ ପିଲା ସହିତ ଏସ.ଏଚ.ଜି ଗୃପ ମଧ୍ୟ ଉପକୃତ ହେବେ।
