ଗ୍ରାମବାସୀଙ୍କ ବ୍ଳଡ ଗ୍ରୁପିଙ୍ଗ କାର୍ଯ୍ୟକ୍ରମ

ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକ ନିଃଶୁଳ୍କ ବ୍ଳଡ ଗ୍ରୁପିଂ ପରୀକ୍ଷା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଏହି ଶିବିରରେ ପବିତ୍ର କୁମାର ବେହେରା ଏବଂ ସନାତନ ବେହେରା ଉପସ୍ଥିତ ଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ, ଡକ୍ଟର ଜୟରାମ ସିଂ ସାମଲ ଓ ଜାତୀୟ ସେବା ଯୋଜନା ଅଧିକାରୀ ସୁନୀଲ କୁମାର ମଲ୍ଲିକ ଓ ଦୀପିକା ରାଣୀ ଟୁରୁକଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀମାନେ ଶିବିର ପରିଚାଳନା କରିଥିଲେ। ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ନୃତତ୍ତ୍ୱ ବିଭାଗର ବଛାବଛା ଅଭିଜ୍ଞ ଛାତ୍ରଛାତ୍ରୀମାନେ ପ୍ରାୟ ୨୦୦ ଗ୍ରାମବାସୀଙ୍କର ରକ୍ତ ଗ୍ରୁପ ଚିହ୍ନଟ ପରୀକ୍ଷା କରିଥିଲେ। ଡକ୍ଟର ସୀତାରାମ ସ୍ବାଇଁ ଓ ଆକାଶ ପ୍ରଧାନ ବୈଷୟିକ ବିଶେଷଜ୍ଞ ଭାବେ ସମଗ୍ର ପ୍ରକ୍ରିୟାକୁ ତଦାରଖ କରିଥିଲେ।ଉକ୍ତ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଗୈାରମୋହନ ସାହୁ,ରୀତିଶ୍ରୀ ମଲ୍ଲିକ, ମଧୁସ୍ମିତା ମହାପାତ୍ର,ରୀନାବାଳା ଘଡେଇ,ଉରୁକ୍ରମ ପଣ୍ଡା,ବ୍ରଜେନ୍ଦ୍ର ପଣ୍ଡା,ବିଷ୍ଣୁଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *