ଜଗତସିଂହପୁର ଜିଲ୍ଲାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ
ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡ୍କ୍ରସ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିର ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶତ୍ରୁଘ୍ନ ଦାଶ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ ଜେନା ଙ୍କ ସହିତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରକ୍ତ ବିନା କାହାରି ଜୀବନ ନ ଯାଉ ଏହି ଆହ୍ୱାନ ଦେଇଥିଲେ ବିଧାୟକ ଅମରେନ୍ଦ୍ର ଦାସ । ଏହି ଶିବିରରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା । ପରେ ଏକ କାର୍ଯ୍ୟକ୍ରମ ରେ ରକ୍ତ ଦାତା ମାନଙ୍କୁ ସମ୍ମାନିତ କରାଯିବା ସହିତ ଉତ୍ସାହିତ କରାଯାଇଥିଲା ।
