ରାୟଗଡ଼ା ସି ଆର ପି ଏଫ ଚତୁର୍ଥ ବାଟେଲିୟନ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ଼ା ତା୦୩-୧୦-୨୪ ରାୟଗଡା ସହର ସ୍ଥିତ ସି ଆର ପି ଏଫ ଚତୁର୍ଥ ବାଟେଲିୟନ ପକ୍ଷରୁ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଚତୁର୍ଥ ବାଟାଲିୟନ ସେକେଣ୍ଡ କମାଡାଣ୍ଟ ଶ୍ରୀ ସଞ୍ଜୟ କୁମାର ରାଉତ ଯୋଗଦେଇ ଏହି ସ୍ୱଚ୍ଛତା ଅଭିଯାନର ଶୁଭ ଉଦ୍ଘାଟନ କରିଥିଲେ । ବିଭିନ୍ନ ଦିବସରେ ସାରା ସହରକୁ ସ୍ବଚ୍ଛତା କରିବା ପାଇଁ ସମସ୍ତ କେନ୍ଦ୍ରୀୟ ପୋଲିସ ବଳ କର୍ମଚାରୀଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ଚତୁର୍ଥ ବାଟାଲିୟନ ପୋଲିସ ବଳ ପକ୍ଷରୁ ରାୟଗଡା ସ୍ଵଂୟ ଶାସିତ ମହାବିଦ୍ୟାଳୟ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ରାୟଗଡା ବସ ଷ୍ଟାଣ୍ଡ,, ସ୍ପୋର୍ଟସ କମ୍ପ୍ଲେକ୍ସ , ରେଳ ଷ୍ଟେସନ୍ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରକୁ ସଫା ସୂତରା କରିବା ସହିତ ସ୍ବଚ୍ଛତା ହିଁ ସେବାର ବାର୍ତ୍ତା ପ୍ରଚାର କରିଥିଲେ । ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
