ଜଗତସିଂହପୁର ପୁସ୍ତକ ମେଳା ଉଦଘାଟିତ
ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ୨୬ ତମ ଜଗତସିଂହପୁର ପୁସ୍ତକ ମେଳା-୨୦୨୫ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ସାମଲଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସାମଲଙ୍କ ସହିତ ମୁଖ୍ୟ ବକ୍ତା ଭାବେ ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ପୋୖରାଧକ୍ଷ୍ୟା ଅର୍ଚ୍ଚନା ସିଂ ପ୍ରମୁଖ ଯୋଗ ଦେଇ ପୁସ୍ତକ ମେଳା କୁ ଉଦଘାଟନ କରିବା ସହିତଜଗତସିଂହପୁର ପୁସ୍ତକ ମେଳା ରାଜ୍ୟର ଅନ୍ୟ ପୁସ୍ତକ ମେଳା ଠାରୁ ସ୍ବତନ୍ତ୍ର ଓ ଅନନ୍ୟ ବୋଲି କହିଥିଲେ । ପୁସ୍ତକର ବିଲୁପ୍ତି ନାହିଁ କିମ୍ବା ପୁସ୍ତକର ଶେଷ ନାହିଁ । ମା ଶାରଳାଙ୍କ ମାଟିର ସଂସ୍କୃତି, ସଭ୍ୟତା ଓ ସାହିତ୍ୟ ଉଚ୍ଚକୋଟୀର । ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଛି । କିନ୍ତୁ ଆମକୁ ପୁସ୍ତକ ମନସ୍କ ହେବାକୁ ପଡିବ । ଶିକ୍ଷା ହେଉଛି ମଣିଷ ଜୀବନର ପୂର୍ଣ୍ଣତାର ମାପକାଠି । ସାହିତ୍ୟ ଓ ସମାଜ ପରସ୍ପର ପରିପୂରକ । ସାହିତ୍ୟ ହିଁ ସମାଜର ଦର୍ପଣ ସଦୃଶ୍ୟ ବୋଲି ଅତିଥିମାନେ କହିଛନ୍ତି ।
ଜଗତସିଂହପୁରରୁ ରୀତା ସାହୁ
