ସବିତା ସ୍ମୃତି ସାହିତ୍ୟ ସଂସଦ ଓ ପାଠାଗାର ଆନୁକୁଲ୍ୟରେ ଆଦର୍ଶ ନାରୀ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ

ସବିତା ସ୍ମୃତି ସାହିତ୍ୟ ସଂସଦ ଓ ପାଠାଗାର, ପୁରୀ ରେ ଅନୁଷ୍ଠାନ ପକ୍ଷରୁ ଏକ ଆଦର୍ଶ ନାରୀ ପ୍ରତିଭା ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠାନର ସଭାପତି ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡକ୍ଟର ହେମନ୍ତ କୁମାର ଛୋଟରାୟ ଏବଂ ଆଇନଜୀବୀ ଶିବପ୍ରସାଦ ଧଳସାମନ୍ତ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀମତୀ ସରସ୍ଵତୀ ପଣ୍ଡା, ଶ୍ରୀମତୀ ରୀନା ମାନସିଂ, ଡାକ୍ତର କ୍ଷୀରାବ୍ଧ୍ତତନୟା ସାହୁ, ଶ୍ରୀମତୀ ରଞ୍ଜିତା ଦାଶ, ଶ୍ରୀମତୀ ଶାନ୍ତିଲତା ରଥଶ୍ରୀମତୀ ମମତାମୟୀ ପଣ୍ଡା ସୁଶ୍ରୀ ଆରତୀ ଜେ ଦାସ(ସର୍ବାଣୀ) ଙ୍କୁ ସବିତା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ନମିତା ସ୍ବାଇଁଙ୍କ ରଚିତ ସୁଲଭ ପ୍ରକାଶନୀ ଦ୍ୱାରା ପ୍ରକାଶିତ ‘ବୋଉ ଓ ଅନ୍ୟାନ୍ୟ କବିତା ‘ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଂଯୋଜନାରେ ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, ମହେଶ୍ୱର ଜେନା, ଲକ୍ଷ୍ମୀପ୍ରିୟା ଦାଶ, ବିଜୟଲକ୍ଷ୍ମୀ ଜେନା, ନିର୍ମଳ ମିଶ୍ର, ରଜତ ମହାନ୍ତି, ପ୍ରବାସିନୀ ମିଶ୍ର, ପୈ। ର୍ଣ୍ଣମାସୀ ଦେବୀ, କଳ୍ପନା ମିଶ୍ର, ମହେନ୍ଦ୍ର ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ କଳ୍ପନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ଜାନକୀ ବଲ୍ଲଭ ଦାଶ ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *