ପୁରୀରେ ହେବ ତେଲେଗା ସମାଜର ଏକ ଭବ୍ୟ ଧର୍ମଶାଳା !
ପୁରୀରେ ତେଲେଗା ସମାଜର ଏକ ଭବ୍ୟ ଧର୍ମଶାଳା ହେବ।ଏହି ଧର୍ମଶାଳାରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଆସୁଥିବା ତେଲେଗା ସମାଜର ସଦସ୍ୟ ମାନେ ମାଗଣାରେ ରହିବା ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।ଏଥିପାଇଁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ନିଜ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଯୋଗାଇଛନ୍ତି ।ପୁରୀରେ ତେଲେଗା ସମାଜର କମ୍ୟୁନିଟି ହଲ୍ ତଥା ଧର୍ମଶାଳା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଶ୍ରୀକ୍ଷେତ୍ର ତେଲେଗା କ୍ଷତ୍ରୀୟ ଦୋରା ସମାଜର ଏକତ୍ରୀକରଣ ସାଧାରଣ ସଭାରେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ।ସଂଘର ସମ୍ପାଦକ ଜଗନ୍ନାଥ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର କୃଷ୍ଣ ଚନ୍ଦ୍ର ପଣ୍ଡା ,ସମାଜର ସଭାପତି ହରିହର ଦୋରା ପ୍ରମୁଖ ଯୋଗ ଦେଇଥିଲେ ।ଶ୍ରୀକ୍ଷେତ୍ର ତେଲେଗା କ୍ଷତ୍ରୀୟ ଦୋରା ସମାଜ ପ୍ରତି ଅବଦାନ ପାଇଁ ପ୍ରକାଶ ରାଓ , ଧର୍ମା ରାଓ ,ପୂର୍ଣ୍ଣଚନ୍ଦ୍ର ଦୋରା,ପ୍ରଶାନ୍ତ ରାଓ,ଜଗନ୍ନାଥ ଦୋରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ନିକଟରେ ଶ୍ରୀକ୍ଷେତ୍ର ତେଲେଗା କ୍ଷତ୍ରୀୟ ଦୋରା ସମାଜ ପକ୍ଷରୁ ପ୍ରକୃତିର ସୁରକ୍ଷା ପାଇଁ ତାଳବଣିଆରେ ୫୦୦୦ ତାଳ ଚାରା ବୃକ୍ଷରୋପଣ କରାଯାଇଥିଲା।ଆଗକୁ ସମାଜ ପକ୍ଷରୁ ପୁରୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ,ସମାଜର ଉନ୍ନତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ।
