ଭଡ଼ାଟିଆଙ୍କ ଯାଞ୍ଚ ଓ ସୁରକ୍ଷା ସମ୍ପର୍କରେ ପୁରୀ ପୋଲିସର ସଚେତନତା

ଭଡ଼ାଟିଆଙ୍କ ଯାଞ୍ଚ ଓ ସୁରକ୍ଷା ସମ୍ପର୍କରେ ପୁରୀ ପୋଲିସର ସଚେତନତା*ଆଜି ସିଟିର ସମସ୍ତ ଥାନା ପକ୍ଷରୁ ଥାନା ଅଞ୍ଚଳର ବିଭିନ୍ନ ସାହି ଓ ଅଞ୍ଚଳରେ ଘରମାଲିକ ଏବଂ ଭଡ଼ା ଘର ଦେଇଥିବା ବ୍ୟକ୍ତିମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ଘରମାଲିକମାନଙ୍କୁ ନିଜ ଘରେ ରହୁଥିବା ଭଡ଼ାଟିଆଙ୍କ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ଓ ପରିଚୟପତ୍ର ସଂଗ୍ରହ କରି ରଖିବା ପାଇଁ ସଚେତନ କରାଯାଇଥିଲା। ବିଶେଷକରି ବାହାର ଅଞ୍ଚଳରୁ ଆସି ଭଡ଼ା ଘରେ ରହୁଥିବା ବ୍ୟକ୍ତିମାନଙ୍କର ପରିଚୟ ଓ ଠିକଣା ସମ୍ପର୍କିତ ତଥ୍ୟ ଘରମାଲିକମାନେ ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି ପୋଲିସ ପକ୍ଷରୁ ଜଣାଇ ଦିଆଯାଇଥିଲା। ଭଡ଼ାଟିଆଙ୍କ ସଠିକ୍ ପରିଚୟ ଓ ତଥ୍ୟ ଘରମାଲିକଙ୍କ ନିକଟରେ ରହିଲେ ଆପରାଧିକ ଘଟଣାର ପ୍ରତିରୋଧ ସହିତ ଆବଶ୍ୟକ ସମୟରେ ପୋଲିସ ତଦନ୍ତ ଓ ସହାୟତା ଅଧିକ ପ୍ରଭାବଶାଳୀ ହୋଇପାରିବ। ଏହା ଘରମାଲିକ, ଭଡ଼ାଟିଆ ଓ ସମଗ୍ର ଅଞ୍ଚଳର ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରିବ। ସିଟିର ସମସ୍ତ ଥାନା ପୋଲିସ ପକ୍ଷରୁ ସମସ୍ତ ଘରମାଲିକଙ୍କୁ ନିଜ ଘରେ ରହୁଥିବା ଭଡ଼ାଟିଆଙ୍କ ସମ୍ପୂର୍ଣ୍ଣ ପରିଚୟ ଓ ଆବଶ୍ୟକ ଦଲିଲ ଯାଞ୍ଚ କରି ରଖିବା ସହ ଆବଶ୍ୟକ ସମୟରେ ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *