ବେଆଇନ୍ ବାଲି ଉଠାଣ ନଦୀଘାଟବୁଲି ଦେଖିଲେ ଉପଜିଲ୍ଲାପାଳ
ଗଞ୍ଜାମ ୨୯/୦୧/୨୦୨୫ ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ପଞ୍ଚାୟତ ର ପଢାଳ ଗ୍ରାମ ନଦୀ ହିଡ କୁ କାଟି ବେଆଇନ ଭାବେ ବାଲି ଉତ୍ତୋଳନ ଆରମ୍ଭ କରିଥିଲେ।ପଢାଳ ଜୟପୁର ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ବିରୋଧ ସାଙ୍ଗ କୁ ଲିଖିତ ଅଭିଯୋଗ କରିଥିଲେ ଉପରିସ୍ଥ ହାକିମ ବାବୁ ମାନଙ୍କୁ। ନଭେମ୍ବର ୨୦୨୪ ରେ ଭଞ୍ଜ ନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ବେଆଇନ ବାଲିଘାଟ କୁ ନିଷିଦ୍ଧାଞ୍ଚଳ ଘୋଷଣା କରି ଧାରା ୧୪୪ ଜାରି କରିଥିଲେ।ସେହି ସମୟରେ ୨ ପ୍ଳାଟୁନ ପୋଲିସ ଫୋର୍ସ ଧରି ଆସିକା ଥାନା ଆଇ ଆଇ ସି ଓ କୋଟି ନଡ଼ା ଥାନା ଆଇ ଆଇ ସି ଫ୍ଳାଗ ମାର୍ଚ ୨ ଗ୍ରାମ ରେ କରିଥିଲେ ତତ୍ ସହିତ ଗ୍ରାମ ବାସୀଙ୍କୁ ନିଷିଦ୍ଧାଞ୍ଚଳକୁ ସଙ୍ଘ ବଦ୍ଧ ଯିବା ବାରଣ କରିଥିଲେ।କିଛି ଦିନର ନୀରବତା ପରେ ପୁଣି ବାଲି ଉଠାଣ ଆରମ୍ଭ କରିଥିଲେ ନିଲାମ ହୋଇନଥିବା ଅଞ୍ଚଳରୁ।ଆଜ ଅର୍ଥାତ ତା ୨୯/୦୧/୨୦୨୫ ଅପରାହ୍ନ ରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ,ଦକ୍ଷିଣାଞ୍ଚଳ ଖଣି ବିଭାଗ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସାମଲ, ଆସିକା ତହସିଲଦାର ସୁଶ୍ରୀ ସଙ୍ଗୀତା ସେଣ, ଆସିକା ଥାନାଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ, କୋଟି ନଡ଼ା ଥାନାଧିକାରୀ ଶ୍ରୀ ମତୀ ଦୀପିକା ରାୟ, ହରିଡ଼ା ପଦର ରେଭେନିୟୁ ଅଧିକାରୀ ଶ୍ରୀ ସ୍ବରାଜ ଗୈାଡ ତହସିଲ କିରାଣୀ ଶ୍ରୀ ଜ୍ଞାନ ଚାନ୍ଦ ମାହାନ୍ତି, ସୁଶ୍ରୀ ସୁଦିପ୍ତା ଦାଶ ଓ ଏହି ଅଞ୍ଚଳ ର ଅଧିବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ।ବେଆଇନ ବାଲି ଉତ୍ତୋଳନ ରୋକିବା ପାଇଁ ପ୍ରଶାସନ ତତ୍ପର ପ୍ରକାଶ କରିଛି। ଭଞ୍ଜନଗର ଉପଜିଲ୍ଲାପାଳ ନଦୀରେ ଥିବା ୨୨୦ ହିଟାଚିକୁ ସିଜ କରିବା ପାଇଁ ଆସିକା ତହସିଲଦାର, ଆସିକା ଏସ ଡି ପି ଓ, ଆସିକା ଥାନାଧିକାରୀ, ଭଞ୍ଜନଗର ଖଣି ଅଧିକାରୀ ଓ କୋଟି ନଡ଼ା ଥାନାଧିକାରୀ ଙ୍କ ଚିଠି କରିଛନ୍ତି ନଦୀରେ ଥିବା ହିଟାଚି କୁ ସିଜ କରିବା ସକାଶେ।
ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
