ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ନୂତନ ଜିଲ୍ଲା ସଭାପତି ତଥା ବରିଷ୍ଠ ବିଜେପି ନେତା ପ୍ରତାପ ମିଶ୍ର ଓ ସମସ୍ତ ମଣ୍ଡଳ ସଭାପତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ନୂତନ ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ପୂର୍ବତନ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ବାଲିକୁଦା-ଏରସମାର ବିଜେପି ନେତା ସତ୍ୟ ସାରଥୀ ମହାନ୍ତି, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି, ମିଡିଆ ସେଲ ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇ ଦଳର ସାଂଗଠନିକ ବ୍ୟବସ୍ଥାକୁ କିପରି ତୃଣମୂଳ ସ୍ତରରେ ଆହୁରି ସୃଦୃଢ଼ କରାଯାଇ ପାରିବ ସେ ବାବଦରେ ଆଲୋକପାତ କରିଥିଲେ । ଡବଲ ଇଞ୍ଜିନ ସରକାରରେ ଜିଲ୍ଲାର ବିକାଶକୁ ଶୀର୍ଷରେ ପହଞ୍ଚାଇବା ଆମ ସମସ୍ତଙ୍କର ଲକ୍ଷ୍ୟ ରହିବ ବୋଲି ଜିଲ୍ଲାର ନୂତନ ଭାବରେ ଦାୟିତ୍ୱ ନେଇଥିବା ଜିଲ୍ଲା ସଭାପତି ପ୍ରତାପ ମିଶ୍ର କହିଥିବା ବେଳେ ବିକାଶର ମୁଦ୍ଦା ନେଇ ଭାରତୀୟ ଜନତା ପାର୍ଟି ଆଗକୁ ବଢିବ ବୋଲି କହିଥିଲେ ଶିଳ୍ପ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *