ବ୍ରହ୍ମପୁର ମହାନଗର ନିଗମ (BeMC)ର ସାଧାରଣ ପରିଷଦ ବୈଠକରେ ହଟ୍ଟଗୋଳ ।

ବ୍ରହ୍ମପୁର: ଗତ କିଛି ମାସ ଧରି ବିଜେଡ଼ି କର୍ପୋରେଟରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷରେ ନିଗମ ବୈଠକରେ ପଦାରେ ପଡିଛି । ଦୁଇ ଗୋଷ୍ଠୀର କର୍ପୋରେଟର ବୈଠକରୁ ଆରମ୍ଭରୁ ହଟ୍ଟଗୋଳ କରିଥିଲେ । ଶେଷରେ ଏହି କନ୍ଦଳ ବୈଠକରେ ଅଚଳାବସ୍ଥା ସୃଷ୍ଟି କରିଥିଲା । କର୍ପୋରେଟରଙ୍କ ଗୋଟିଏ ଗୋଷ୍ଠୀ ନିଗମର କମିଶନରଙ୍କୁ ବିରୋଧ କରି ନାରାବାଜି କରିଥିଲେ । ଏହାକୁ ନେଇ ଜିଲ୍ଲାପାଳ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଲିଖିତ ଭାବରେ ଅବଗତ କରିଛନ୍ତି।ଆଜି ନିଗମର ବୈଠକ ଆରମ୍ଭ ହେବା ପରେ ପ୍ରଥମେ ବ୍ରହ୍ମପୁର ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ନିର୍ବାଚନକୁ ନେଇ ଦୁଇ କର୍ପୋରେଟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ସାଧାରଣ ବୈଠକରେ ଅଧ୍ୟକ୍ଷତା କରୁଥିଲେ ମେୟର ସଂଘମିତ୍ରା ଦଳେଇ । ପ୍ରଥମେ ବୈଠକ ଏଜେଣ୍ଡା ପାଠ ପରେ ସହରର ୨୬ ନମ୍ବର ୱାର୍ଡର କର୍ପୋରେଟର ଧିରେଶ ସାବତ ଷ୍ଟାଣ୍ଡି କମିଟିର ନିର୍ବାଚନ କରିବା ନିମନ୍ତେ ଏକ ଲିଖିତ ପ୍ରସ୍ତାବ ମେୟରଙ୍କୁ ପ୍ରଦାନ କରିଥିଲେ । ଏହି ପ୍ରସ୍ତାବକୁ ଗୋଟିଏ ଗୋଷ୍ଠୀର କର୍ପୋରେଟରମାନେ ସମର୍ଥନ କରିଥିବା ବେଳେ ଅନ୍ୟ ଗୋଷ୍ଠୀର କର୍ପୋରେଟରମାନେ ଗୃହରେ ବିରୋଧ କରିଥିଲେ । ପ୍ରସ୍ତାବକୁ ସମର୍ଥନ କରୁଥିବା କର୍ପୋରେଟରମାନେ ନିଜ ଚେୟାରରୁ ଓହ୍ଲାଇ ତଳେ ବସି ପ୍ରସ୍ତାବକୁ ସମର୍ଥନ କରି ନିର୍ବାଚନ କରିବା ପାଇଁ ମେୟର ଓ କମିଶନରଙ୍କୁ କହିଥିଲେ । ଯାହାଫଳରେ ଦୁଇ କର୍ପୋରେଟର ଗୋଷ୍ଠୀ ମଧ୍ୟରେ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ହୋହାଲ୍ଲା ଚାଲିଥିଲା । କିଛି ସମୟ ଧରି ନିଗମର ପୁରାତନ ୧୦ ଗୋଟି ଷ୍ଟାଣ୍ଡିଂ କମିଟିକୁ ଭଙ୍ଗ କରି ନୂତନ କମିଟି ଗଠନ କରିବା ପାଇଁ ଦାବିକୁ ଯିଦ୍ ଧରିଥିଲେ ।ବ୍ରହ୍ମପୁର ମହାନଗର ନିଗମର ବୈଠକରେ ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ ପରେ କିଛି ମହିଳା କର୍ପୋରେଟର ଉକ୍ତ ଦାବିକୁ କାର୍ଯ୍ୟକାରୀ କରିବାକୁ ଧାରଣାରେ ବସି ରହିଥିଲେ । ଏହାକୁ ନେଇ ଲିଖିତ ପ୍ରସ୍ତାବକୁ ରଖାଯାଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ରହିଥିବା ନିୟମ ଅନୁଯାୟୀ କାର୍ଯ୍ୟ ହେବ ବୋଲି ମେୟର ନିଜର ବିବୃତ୍ତି ରଖିବା ପରେ ଗୃହ ଶାନ୍ତ ପଡ଼ିଥିଲା ।

ଏହାପରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା । ଆଉ ଶେଷରେ ନିଗମର ସଫେଇ କର୍ମଚାରୀଙ୍କ ବିଲ୍ ପ୍ରଦାନ କରାଯିବା ଘଟଣାକୁ ନେଇ କମିଶନରଙ୍କୁ କର୍ପୋରେଟର ପ୍ରଶ୍ନ କରିଥିଲେ । କର୍ପୋରେଟରଙ୍କୁ ନଜଣାଇ ବିଲ୍ ପାରିତ ହେବାକୁ ବିରୋଧ କରି ନିଗମର ଜଣେ କର୍ପୋରେଟର କମିଶନରଙ୍କୁ ଆକ୍ଷେପ କରି କହିବା ପରେ କମିଶନର ସମେତ ଅନ୍ୟ ଅଧିକାରୀମାନେ କକ୍ଷତ୍ୟାଗ କରିବାକୁ କହିଥିଲେ ।ଯାଇଥିଲେ। ବିପକ୍ଷ ଗୋଷ୍ଠୀ ଏହାକୁ ପ୍ରତିବାଦ କରି କମିଶନର ଗୋ-ବ୍ୟାକ୍ ବୋଲି କହିବା ସହ ତୁରନ୍ତ ଅଧାରୁ ବନ୍ଦ ହୋଇଥିବା ବୈଠକ କରିବାକୁ ଜିଦ୍ ଧରି ମୁଖ୍ୟ ଫାଟକ ଆଗରେ ଧାରଣାରେ ବସି ରହିଲେ। ସ୍ଵାଧୀନ କର୍ପୋରେଟରଙ୍କ ଏଭଳି ଅଭଦ୍ରାମି ଆଚରଣକୁ ନେଇ କମିଶନର ଶ୍ରୀ ମିଶ୍ର ଟାଉନ୍ ଥାନରେ ଏକ ଏତଲା ଦେବା ସହ ଘଟଣା ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ପୌର ନିର୍ଦ୍ଦେଶକ, ଜିଲ୍ଲାପାଳ, ବ୍ରହ୍ମପୁର ଏସ୍‌ପିଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଅବଗତ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଏମ୍‌ସି ପରିସରରେ ଏଭଳି ଉତ୍ତେଜନା ସହ କମିଶନରଙ୍କ ଏତଲାକୁ ଭିତ୍ତି କରି ଟାଉନ ଥାନାěକାରୀ ସୌଭାଗ୍ୟ ସ୍ୱାଇଁଙ୍କ ସମେତ ଦୁଇଜଣ ବରିଷ୍ଠ ଅଧିକାରୀ ଆସି ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ କରିଥିଲେ ସୁଧା କୌଣସି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ପୁଲିସ ମେୟର ଆଉ କମିଶନରଙ୍କ ସମେତ କାର୍ଯ୍ୟାଳୟରେ ଅଟକି ଥିବା ଅଧିକାରୀ ଆଉ ସପକ୍ଷ କର୍ପୋରେଟରଙ୍କୁ ସୁରକ୍ଷା ବଳୟ ମଧ୍ୟରେ ବାହାରକୁ ବାହାର କରିଥିଲେ । ଏହି ସମୟରେ ବିପକ୍ଷ ଗୋଷ୍ଠୀ ପକ୍ଷରୁ କମିସନରଙ୍କ ସହ ମେୟରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରାବାଜି ଦେଉଥ‌ିବା ଦେଖିବାକୁ ମିଳିଛି। ମେୟର ଗୋଷ୍ଟି ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମିଶି ଏହାର ସମାଧାନ ପାଇଁ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *