ନିର୍ମାଣ ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁଆଳୋ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ ଶ୍ରମିକ ମାନଙ୍କୁ ନେଇ ଆୟୋଜିତ ଶିବିରରେ ସହାୟତା ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ମାନଙ୍କ ମଧ୍ୟରୁ ଶହେ ଜଣ ନିର୍ମାଣ ଶ୍ରମିକଙ୍କୁ ୫୪ ଲକ୍ଷ ୧୬ ହଜାର ୬ଶହ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଯେଉଁ ମାନଙ୍କ ମଧ୍ୟରେ ବିବାହ, ମୃତ୍ୟୁକାଳୀନ ସହାୟତା ,ପ୍ରସୂତି,ଉଚ୍ଚଶିକ୍ଷା ସହାୟତା ରହିଅଛି। ଏଥିସହିତ ୪୦ ଜଣଙ୍କୁ ନୂଆ ପଞ୍ଜିକରଣରେ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ତପନ କୁମାର ସୁତାର ପ୍ରମୁଖ ଉପସ୍ଥିତ ଥିଲେ।
