ଭିନ୍ନକ୍ଷମ ମଞ୍ଚର ସାମ୍ବାଦିକ ସମ୍ମିଳନୀ;ଅଭିଯୁକ୍ତଙ୍କୁ ଗିରଫ ଓ ପୀଡ଼ିତଙ୍କୁ ଥଇଥାନ କରାନଗଲେ ଆମରଣ ଅନଶନ ଚେତାବନୀ

ଭଦ୍ରକ, ୦୩/୧୧ – ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଡ଼ିଆ ଗ୍ରାମର ଭିନ୍ନକ୍ଷମ ଯୁବକ ଭକ୍ତହରି ବେହେରାଙ୍କ ଗୁମୁଟିକୁ ଭାଙ୍ଗିବା ସହ ରାତାରାତି ଗାଏବ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଭିନ୍ନକ୍ଷମ ଯୁବକଙ୍କ ପରିବାର ପ୍ରତି ବିପଦ ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବାସହ ଆଗାମୀ ୭ଦିନ ମଧ୍ୟରେ କ୍ଷତିଗ୍ରସ୍ତ ଯୁବକଙ୍କୁ ଥଇଥାନ କରାନଗଲେ, ଓଡିଶା ବିକଳାଙ୍ଗ ମଞ୍ଚ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବ ବୋଲି ଆଜି ଭଦ୍ରକର ଏକ ମଣ୍ଡପ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ରାଜ୍ୟ ସଂପାଦକ ଅକ୍ଷୟ କୁମାର ସାହୁ ଚେତାବନୀ ଦେଇଛନ୍ତି ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *