“ନେଇଶୋଚ”ର ଭିନ୍ନ ଓ ନୂଆ ପ୍ରୟାସ

ଭଣ୍ଡାରିପୋଖରୀ ବ୍ଲକ ଜଳମୁଣ୍ଡୁଆ ଓ ରଞ୍ଜିତର ବିଭିନ୍ନ ଆଦିବାସୀ ବସ୍ତିରେ ନେଇଶୋଚ ସାମାଜିକ ସଂଗଠନ ପକ୍ଷରୁ ଆଜି ନିଆରା ଢଙ୍ଗରେ ଦୀପାବଳୀ ପାଳନ କରାଯାଇଛି। ଛୋଟ ଛୋଟ ପିଲାମାନଙ୍କୁ ମିଠେଇ, ବିସ୍କୁଟ, କେଣ୍ଡେଲ, ଧପଧପି,ଚକଲେଟ,ଓ କିଛି ଉପହାର ପ୍ରଦାନ ପୂର୍ବକ ଆଜିର ପବିତ୍ର ଦୀପାବଳୀରେ ଏକ ଆଦିବାସୀ ବସ୍ତିରେ କୁନିକୁନି ପିଲାମାନଙ୍କ ସହ ଦୀପାବଳୀ ପାଳନ କରାଯାଇଥିଲା।ଏଥିରେ ସହଯୋଗ କରିଥିବା ସମସ୍ତଙ୍କୁ ଅଭିନନ୍ଦନ ଓ ଢ଼େର ସାରା ଶୁଭେଚ୍ଛା ଜ୍ଞାମ୍ପନ କରାଯାଇଥିଲା।ସବୁଠାରୁ ବଡ଼ କଥା ହେଉଛି ସାମାଜିକ ସଂଗଠନ ଆଭିମୁଖ୍ୟ ଲକ୍ଷ ରହିଛି ପ୍ରତେକ ସମୟରେ କିଛି ନୂଆ କରି ଦେଖାଇବା।ଭିନ୍ନ ଏକ ପ୍ରୟାସ ଓ ନୂଆ ଏକ ଭାବନାର ନାରା ନେଇ ଅନେକ ଯୁବ ସମାଜସେବୀ ନିଃସ୍ୱାର୍ଥପର ସେବା ପାଇଁ ଆଗେଇଆସିଛନ୍ତି।ଆଜି ଦୀପାବଳୀରେ ବାଣ ନୁହେଁ ହସ ଫୁଟାଇବା ଲକ୍ଷନେଇ ଯୁବସମାଜସେବୀ ସଂଗଠନର ସଦସ୍ୟ ମାନେ ଆଗଭରା ହୋଇଥିଲେ।ସଂଗଠନ ପକ୍ଷରୁ ସମ୍ପାଦକ ଜ୍ୟୋତିରଞ୍ଜନ ନାୟକ ସମ୍ପାଦନା କରିଥିଲେ।ଉତ୍କଳ କେଶରୀ ବିଶ୍ୱାଳ,ମୃତୁଞ୍ଜୟ ମହାନ୍ତି, ଶୁଭାଶିଷ ନାୟକ,ସ୍ମୃତି ପ୍ରକାଶ,ସୌରଭ କୁମାର,ବ୍ରହ୍ମା ଶଙ୍କର ଦାସ,ଦିଲୀପ ସାହୁ,ପ୍ରକାଶ ନାୟକ,ବାପି ଯେନା,ଦେବାଶିଷ ପଟ୍ଟନାୟକ,ସତ୍ୟବ୍ରତ ଦାସ,ବ୍ରହ୍ମାଶଙ୍କର ଦାସ ଓ ସତ୍ୟା ପ୍ରମୁଖ ସମାଜସେବୀ ଏଥିରେ ଯୋଗ ଦେଇଥିଲେ।ସାମାଜିକ ସଂଗଠନର ଉପସ୍ଥାପକ ତଥା ଯୁବ ସମାଜସେବୀ ରାହୁଲ ପ୍ରମୁଖ ଛୋଟ ଛୋଟ ପିଲାଙ୍କୁ ବିଭିନ୍ନ ଢ଼ଙ୍ଗରେ ସଚେତନତା ମନ୍ତ୍ର ପ୍ରେରଣ କରିବା ସହିତ ବାଣ ଫୁଟାଇବା ଦ୍ୱାରା ହେଉଥିବା ପ୍ରଦୂଷଣ ବିଷୟରେ ଅବଗତ କରିଥିଲେ।ନେଇଶୋଚର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *