ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ପଦ୍ମପୁର ତ.୨୮/୦୮/୨୦୨୬ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ବରେ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ ଶ୍ରୀ ଦାଶରଥି ମହାନନ୍ଦ ସମସ୍ତଙ୍କୁ ସ୍ବାଗତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେହେରା ମେଜର ଧ୍ୟାନଚାନ୍ଦ ଓ ଜାତୀୟ କ୍ରୀଡ଼ା ଦିବସର ତାତ୍ପର୍ଯ୍ୟ ବିଷୟରେ ଭାଷଣ ପ୍ରଦାନ କରିଥିଲେ । ଶ୍ରୀମତୀ ମୋହିନୀ ସାହୁ, ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ଗିଙ୍ଗିରା, ଶ୍ରୀଯୁକ୍ତ ବଳରାମ ଦେହେରୀ, ଶ୍ରୀଯୁକ୍ତ ସଞ୍ଜୟ ଦେହେରୀ ଓ ଶ୍ରୀଯୁକ୍ତ ସୁଶାନ୍ତ ମେହେର, ଶ୍ରୀମତୀ ସୁକୃତା ସୁନା ଓ ଶ୍ରୀ ଶଶୀଭୂଷଣ ବାରିକ କାର୍ଯକ୍ରମରେ ସହାୟତା କରିଥିଲେ । ପରିଶେଷରେ ସୁଶ୍ରୀ ରୋଶନୀ ଦେହେରୀ ଧନ୍ୟବାଦ ଅର୍ପଣ କରିଥିଲେ।
