ମନ୍ଦିର ହୁଣ୍ଡି ଲୁଟ 24,717 ଟଙ୍କା, ଗୁଟଖା ଜବତ, ଦୁଇ କୋର୍ଟ ଫରୱାର୍ଡ।—–

-ରମ୍ଭା :-30/08/2026 ସ୍ଥାନୀୟ ପୋଲିସ ପକ୍ଷରୁ ବିଭିନ୍ନ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ 24,717 ଟଙ୍କା, ପାଲୁର, ଗଞ୍ଜାମ, ହୁମ୍ମା ପ୍ରମୁଖ ଅଞ୍ଚଳ ଦୋକାନ ମାନଙ୍କରେ ଗୁଟଖା ଚୋରି ଅଭିଯୋଗରେ ସମ୍ପୃକ୍ତ ଦ୍ୱୟ ଚୋରଙ୍କୁ ବ୍ରହ୍ମଗିରି ଓ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଠାରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ଏମ. ଗଣେଶ ରେଡି ବାପା ଏମ. ବାଞ୍ଛା ରେଡି, ଗ୍ରାମ ଆର ଦାମୋଦର ପଲ୍ଲୀ ଥାନା ଧରାକୋଟ ହୋଇଥିବା ବେଳେ ଅନ୍ୟ ଜଣେ ଏନ. ନରସିମ ବାପା ଏନ. ମାରି ଦାସ ଗ୍ରାମ ନନ୍ଦୀଏଲ ଜିଲ୍ଲା ଗୁଣ୍ଠୁରୁ ହୋଇଥିବା ଥାନା ଆଇ ଆଇ ସି କୁମାର ମୁଦୁଲି ଠାରୁ ପ୍ରକାଶ। ଏଥି ସହିତ ହୁମ୍ମା କାଳିଆ ଟି ସପ ଦୋକାନରୁ ପାନ ମସଲା ଗୁଟଖା ପ୍ରାୟ 25,000 ଟଙ୍କାର ଚୋରି କରିଥିବା ଥାନା ସୂତ୍ରରୁ ପ୍ରକାଶ। ଉଭୟେ ଆସାମୀଙ୍କୁ ରମ୍ଭା ଥାନା କେସ ନଂ -591 st 30.08.2026 U/S 331(4)/305(a) BNS ଏତଲା ରୁଜୁ କରିବା ସହ ଦୁଇ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଧରପଗଡ଼ ସମୟରେ ରମ୍ଭା ଥାନା ଆଇ ଆଇ ସି କୁମାର ମୁଦୁଲି ଏ. ଆଇ. ଆଇ. ସି ତୁଳାରାମ ମହାନନ୍ଦ, ଏସ. ଆଇ ରବୀନ୍ଦ୍ର କୁମାର ପ୍ରଧାନ, ଏସ ଆଇ ସୁଶ୍ରୀ ଛବିରାଣୀ ନାୟକ, କନଷ୍ଟେବଲ ପ୍ରଭାତ ନାୟକ, ମଧୁସୂଦନ କାଜି, ଅଜୟ କୁମାର ପଲେଇ ପ୍ରମୁଖ ସଦଳବଳେ ସାମିଲ ହୋଇଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *