ସେବା ତ୍ୟାଗ ଓ ନିରାଡ଼ମ୍ବର ଜୀବନ ହିଁ ବୁଦ୍ଧ ଦର୍ଶନ l


ବୋଧିଚକ୍ର, ପୁରୀ ଆନୁକୂଲ୍ୟରେ ବୁଦ୍ଧ ମନ୍ଦିର, ପୁରୀ ଠାରେ ଇଂଜିନିୟର ଗିରିଜା ଶଙ୍କର ପାଢ଼ୀଙ୍କର ସଭାପତିତ୍ୱରେ ମାସିକ ଶ୍ରାବଣ ଆସର ଅନୁଷ୍ଠିତ ହୋଇଯାଇଅଛି l ସଂସାରରର ସକଳ କାମନା ରୁ ଦୁରେଇ ରହି ତ୍ୟାଗପୁତଜୀବନ ଶୈଳୀହିଁ ବୁଦ୍ଧ ଦର୍ଶନ ବୋଲି ସଭାପତି ମତବ୍ୟକ୍ତ କରିଥିଲେ l ଉପସ ଭାପତି ଡ଼.ବଳରାମ ଦାଶକହିଲେ,କାମନା ବିହୀନ ଉତ୍ସର୍ଗୀକୃତ ମାନବ ସେବା ହିଁ ମହାନିର୍ବାଣର ମାର୍ଗ l ସଂଯମତା ଦ୍ୱାରା ସଫଳତା ପ୍ରାପ୍ତି ହୋଇ ଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ l ପ୍ରାରମ୍ଭରେ ଉମେଶ ଚନ୍ଦ୍ର ଦାସ ବୁଦ୍ଧ ବନ୍ଦନା କରିଥିଲେ l ଆଲୋଚନା ଚକ୍ରରେ, ଅଧ୍ୟାପକ ବିଭୁତିଭୂଷଣ କର,ଶିବ ସୁନ୍ଦର ମିଶ୍ର,ପୂର୍ଣ୍ଣ ଚନ୍ଦ୍ର ସାହୁ ଅଶୋକ କୁମାର ଅlଢିୟ ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ରହି ବୌଦ୍ଧ ଦର୍ଶନର ତାତ୍ତ୍ୱିକ ମୂଲ୍ୟବୋଧ ସମ୍ପର୍କ ରେ ଆଲୋକ ପାତ କରିଥିଲେ l ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *