ସମାଜସେବୀ ସରୋଜ ପରିଡ଼ା ଧାମନଗର ପାଇଁ ଗର୍ବ ଓ ଗୌରବ

ଧାମନଗର:- ସରୋଜ ପରିଡା ଏକ ଏମିତି ବ୍ୟକ୍ତି ବିଶେଷ ଯିଏ କି ସମାଜ ସେବା ରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ।ଏମିତି ଏକ ବ୍ୟକ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶୋଳଗାଁ ରେ ଏକ ମଧ୍ୟବିତ ପରିବରରେ ତାଙ୍କର ଜନ୍ମ ବାପା ନାରାୟଣ ଚନ୍ଦ୍ର ପରିଡା ଓ ମା ରଜନୀ ରାଣୀ ପରିଡା ଙ୍କ ଦ୍ୱିତୀୟ ସନ୍ତାନ ଭାବରେ ତାଙ୍କ କୋଳ ରେ ଜନ୍ମ ଗ୍ରହଣ କରିଛନ୍ତି।ତୁଳସୀ ଦୁଇ ପତ୍ର ରୁ ବାସିଲା ପରି ତାଙ୍କ ସମାଜ ସେବା ଗୁଣ ତାଙ୍କ ଛୋଟ ବେଳୁ ପ୍ରସ୍ଫୁଟିତ ହୋଇଥିଲା।ନିଜ ବ୍ୟକ୍ତିଗତ ପୁଞ୍ଜି ନିବେଶ କରି ଅନେକ ଲୋକ ଙ୍କ ଜୀବନ ବଞ୍ଚାଇଛନ୍ତି।କିଛିଦିନ ପୁର୍ବେ ବିଇ ନ୍ୟୁଜ ରେ ଖବର ପ୍ରସାରଣ ହୋଇଥିବା କଟସାହି ପଞ୍ଚାୟତ ର ଡ଼ାଙ୍ଗମାଳ ଗ୍ରମନିବାସି ଭାବଗ୍ରାହୀ ମହାଳିକ ଙ୍କ ପୁଅ କୃପାସିନ୍ଧୁ ଅଜଣା ରୋଗରେ ପୀଡ଼ିତ ହୋଇ ପ୍ରାୟ ଚାରିବର୍ଷ ହେବ ଘରେ ପଡ଼ିରହିଥିଲେ ଖବର ପ୍ରସାରଣ ପରେ ତାଙ୍କ ପରିବାର ନିକଟରେ ପହଞ୍ଚି ସମସ୍ତ ପ୍ରକାର କଥା ସୁଣି କୃପାସିନ୍ଧୁ ଙ୍କୁ ମେଡ଼ିକାଲ ନେବାରେ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ ଏବଂ ଏବେମଧ୍ୟ କୃପାସିନ୍ଧୁ ଙ୍କୁ AIIMS ଚିକିତ୍ସା କରାଉଛନ୍ତି।ନିଜ ଜୀବନ କୁ ଲୋକ ମାନଙ୍କ ସେବାରେ ନିୟୋଜିତ କରି ନିଜକୁ ଭୁଲି ଯାଇଛନ୍ତି।ସେ ବେଙ୍ଗାଲୁରୁର ଏକ କମ୍ପାନୀରେ ଚାକିରୀ କରି ମଧ୍ୟ ନିଜ ଗାଁ ମାଟିରେ ରହି ସେବା କରୁଛନ୍ତି ।ସେ ଏମିତି ଏକ ବ୍ୟକ୍ତିତ୍ୱର ଅଧିକାରୀ ତାଙ୍କୁ ଯେତେ ସମ୍ବର୍ଦ୍ଧନା ଦେଲେ ମଧ୍ୟ କମ ପଡିବ।ଏମିତି ଏକ ଆଦର୍ଶ ବ୍ୟକ୍ତି ଆମ ଯୁବଜଗତ ପାଇଁ ଏକ ପ୍ରେରଣା ର ଉତ୍ସ କହିଲେ ଅତୁକ୍ତି ହେବ ନାହିଁ।କରୋନା ର ଭୟାଭହ ଆର୍ଥିକ ଅନାଟନ ସମୟ ରେ ମଧ୍ୟ ସେ ଲୋକ ଙ୍କ ସେବା ଛାଡ଼ି ନଥିଲେ। ନିଜ କଥା ନିଜ ପରିବାର କଥା ଚିନ୍ତା ନକରି ନିଜର ସମସ୍ତ ଉଦ୍ୟମ ସମାଜ ସେବା ରେ ଲଗାଇଥିଲେ।ବାତ୍ୟା ହଉ କି ବନ୍ୟା ସବୁ କ୍ଷେତ୍ର ରେ ଲୋକଙ୍କ ପାଖରେ ଆଶା ବାଡ଼ି ପରି ଛିଡା ହୋଇ ଆସିଛନ୍ତି। ତାଙ୍କ ପରି ଏକ ଯୋଗ ଜନ୍ମା ଙ୍କୁ ପାଇ ତାଙ୍କ ବାପା ମା ଓ ପରିବାର ଯେତିକି ଗର୍ବିତ ଲୋକ ମାନେ ମଧ୍ୟ ତାଙ୍କୁ ନିଜ ଅଞ୍ଚଳ ରେ ପାଇ ସେତିକି ଗର୍ବିତ ।ପ୍ରତି ଟି ଗରିବ ଲୋକ ର ବିପଦ ସମୟ ରେ ନିଜ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରି ଆସିଛନ୍ତି ସରୋଜ ପରିଡା ମହୋଦୟ।ତାଙ୍କର ଏମିତି ଜନ ମଙ୍ଗଳ କାର୍ଯ୍ୟ ପାଇଁ ଅନେକ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି।ତାଙ୍କ ପରି ଜଣେ ବ୍ୟକ୍ତି ଆମ ସମାଜ ପାଇଁ ଗର୍ବ ଏବଂ ଗୈରବ ର ଉଦାହରଣ ଅଟନ୍ତି।ଏବଂ ପ୍ରତ୍ୟେକ ଯୁବ ସମାଜଙ୍କୁ ପ୍ରେରଣା ଦେଇ ଆସୁଛନ୍ତି ।ତାଙ୍କପରି ସମାଜ ସେବିଙ୍କୁ ପାଇ ସାରା ଧାମନଗରବାସୀ ଗର୍ବିତ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *