ନୟାଗଡ ରୋଟାରୀ କ୍ଲବର ୩୨ ତମ ପ୍ରତିଷ୍ଠା ଦିବସ ପାଳିତ

୭ ନଭେମ୍ବର ୧୯୯୦ ରେ ଗଢି ଉଠିଥିବା ନୟାଗଡ଼ ରୋଟାରୀ କ୍ଲବ ପାଳନ କରିଛି ତାର ୩୨ତମ ପ୍ରତିଷ୍ଠା ଦିବସ । ଏହି ଅବସରରରେ ସମର୍ପଣ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ଖାଦ୍ୟ ପରିବେଷଣ କରିବା ସହିତ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ସଂନ୍ଧ୍ୟା ୭.୩୦ରେ ଏକ ସାଧାରଣ ସଭା ରୋଟାରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ କ୍ଲବର ପ୍ରତିଷ୍ଠାତା ସଭ୍ୟ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଏବଂ ରୋଟାରିଆନ ଅବଦୁଲ ଆରିଫ୍ ଖାନ ନୟାଗଡରେ ରୋଟାରୀର ମୂଳଦୁଆ କିପରି ପଡିଥିଲା ଏବଂ ରୋଟାରୀର ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ, ସଂପାଦକ ମିହିର ରଞନ ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । କ୍ଲବର ସଦସ୍ୟ ମାନେ ରୋଟାରୀରେ ନିଜର ଅନୁଭୁତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରିଶେଷରେ ରୋଟାରିଆନ ପ୍ରବୀର ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”

Leave a Reply

Your email address will not be published. Required fields are marked *