ଗୋଳାଗାଡ଼ିଆ ଗାଁରେ ଜଣଙ୍କ ଗଳିତ ମୃତଦେହ ଠାବ ପରିବାର ଲୋକେ ହତ୍ୟା ଅଭିଯୋଗରେ କଲେ ରାସ୍ତା ଅବରୋଧ
କାମାକ୍ଷାନଗର,୮/୧୧- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଗୋଳାଗାଡିଆ ଗ୍ରାମ ଜଙ୍ଗଲ ରେ ଏକ ଗଳିତ ମୃତ ଦେହ ଠାବ । ମୃତ ଜଣଙ୍କ ଗୋଳାଗାଡିଆ ଗ୍ରାମର କୈଳାଶ ଧଳ (୫୫) ପିତା ଦନାର ଧଳ ଘର ଲୋକଙ୍କ ଅଭିଯୋଗ କି କେହି ଦୂର୍ଭୂତ ହତ୍ୟା କରି ଏଠାରେ ଫୁପାଡ଼ି ଦେଇଛି ।ଜମିଜମା ବିବାଦ ପାଇଁ ଏଭଳିଆ ହୋଇଥିବା ଅଭିଯୋଗ ହୋଇଛି ।ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।ଏପଟେ ପରିବାର ଲୋକେ ଓ ଗ୍ରାମବାସୀ ମାନେ ଗୁଳାଗାଡ଼ିଆ ଚକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ କ୍ଷତିପୂରଣ ଦେବା ଦାବିରେ ହୋଇଛି ରାସ୍ତାରୋକ ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
