କୃଷ୍ଣପ୍ରସାଦ ନାଥପୁର ବମିଙ୍ଗ ଫଲୋଫ

ପୁରୀ ଜିଲ୍ଲା ସାତପଡା ନାଥପୁରରେ ଗତକାଲି ବୋମାମାଡ ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇପଡିଛି।ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଡିଯାଇଥିବା ଦଳିତ ପରିବାରଙ୍କ ଘରକୁ ପ୍ରଶାସନ ପକ୍ଷରୁ ଗତକାଲିଠାରୁ ଶୁଖିଲା ଖାଦ୍ୟ ଯୋଗାଯାଉଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଅତିରିକ୍ତ ଜିଲ୍ଲାପାଳ, ପିଡି ଡିଆରଡିଏଙ୍କୁ ନେଇ ୩୫ ମୌଜା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଛି। ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।ଗତ ମାର୍ଚ୍ଚ ମାସରେ କୃଷ୍ଣପ୍ରସାଦ ତହସିଲ ଅଧିନ ବ୍ରହ୍ମପୁର ଗାଁର ପ୍ରାୟ ୪୦ରୁ ଉର୍ଦ୍ଧ ହରିଜନ ଲୋକେ ନିଜ ଗାଁରେ ଜାତିଆଣ ମାମଲାକୁ ନେଇ ଗାଁରୁ ବାସନ୍ଦ ହୋଇଥିଲେ । ସେମାନେ ସାତପଡ଼ା ନାଥପୁର ଗାଁରେ ଏଜ ସରକାରୀ ଜମି କୁ ଜବରଦଖଲ କରି ଘର ତିଆରି କରି ରହିବ ପାଇଁ ପ୍ରସ୍ତୁତ ହେଇଥିବା ବେଳେ ସାତପଡ଼ା ଅଞ୍ଚଳ ର ୩୫ ମୌଜାର ଲୋକେ ସେମାନଙ୍କୁ ବିରୋଧ କରିଥିଲେ । ସେହି ସମୟରେ ବ୍ରହ୍ମଗିରି ତାହସିଲଦର୍ , ପୋଲିସ ୩୫ ମୌଜାର ଲୋକେ ସାତପଡ଼ା ଫାଣ୍ଡିରେ ଏକ ଚୁକ୍ତି ପତ୍ର କରାଯାଇଥିଲା । କରୋନା ସମୟ ଥିବାରୁ ସେମାନଙ୍କୁ ସେହି ସ୍ଥାନରେ ଅସ୍ଥାୟୀ ଭାବେ ରହିବ ପାଇଁ କୁହାଯାଇଥିଲା । ସେମାନେ ମଧ୍ୟ ଏହି ଚୁକ୍ତିକୁ ସ୍ବୀକାର କରିବା ସେତେ ବେଳେ ତହସିଲଦାର କାହୁଁ ଚରଣ ଘଡାଇ କହିଥିଲେ । ଏବେ ସେହି ହରିଜନ ଲୋକେ ସେହି ସ୍ଥାନରେ ସ୍ଥାୟୀ ଭାବରେ ଘର ନିର୍ମାଣକୁ ୩୫ ମୌଜାର ଲୋକେ ବରଣ କରିବାରୁ ସେମାନେ ୩୫ ମୌଜାର ଲୋକେ ଙ୍କୁ ଗଲି ଗୁଲଜ କରିବା ସହିତ ଧମକାଇଥିବାରୁ ଆଜି ୩୫ ମୌଜାର ବୈଠକରେ ସେମାନଙ୍କୁ ଡକା ଯାଇଥିଲା, ସେମାନେ ବୈଠକ କୁ ନ ଆସି ଯାଇଥିବା ଲୋକ ଙ୍କୁ ମାଡ଼ ମାରିଥିବା ରୁ ଘଟଣା ଉଗ୍ର ରୂପ ନେଇଥିଲା ।

Leave a Reply

Your email address will not be published. Required fields are marked *