ବିଜେପିର କଳା ପତକା ପ୍ରଦର୍ଶନ
କାମାକ୍ଷାନଗର– ଢେଙ୍କାନାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଢେଙ୍କାନାଳ ଗସ୍ତର ସଭାସ୍ଥଳକୁ ପହଞ୍ଚିବାର କିଛି ସମୟ ପୂର୍ବରୁ ଗଣେଶ ବଜ଼ାର ମୁଖ୍ୟ ବ୍ୟାରିକେଡ ଠାରେ କିଛି ବିଜେପି କର୍ମୀଙ୍କ ବିରୋଧ ପ୍ରଦର୍ଶନ।କଳା ପତାକା ଧରି ବିରୋଧ ପ୍ରଦର୍ଶନ ସମୟରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣିଙ୍କ ସମେତ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର, ବରିଷ୍ଠ ବିଜେପି ନେତା ସୁନିଲ ଶର୍ମା ,ରାମଚନ୍ଦ୍ର ପାତ୍ର ବରିଷ୍ଠ ନେତୃ ମଣ୍ଡଳୀଙ୍କ ସହ କିଛି ଜଣଙ୍କୁ ଅଟକ ରଖିଲା ଟାଉନ ଥାନା ପୁଲିସ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ବିଜେପି ର ସମସ୍ତ ଅଟକ କାର୍ଯ୍ୟକର୍ତାଙ୍କୁ ପୁଲିସ ଛାଡ଼ି ଦେଇଥିବାର ସୂଚନା ମିଳିଛି।
