ପାଣି ପାଈଁ ଗରା ବାଲାଟି ଧରି ପୂର୍ତ୍ତବିଭାଗ ରାସ୍ତାରେ ବସିଲେ ମହିଳା

କାମାକ୍ଷାନଗର,୨୩/୧୧/୨୧ :- ପାଣି ପାଈଁ ଗରା ବାଲାଟି ଧରି ପୂର୍ତ୍ତ ବିଭାଗ ରାସ୍ତାରେ ବସିଲେ ମହିଳା।ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ପଞ୍ଚାୟତର ମହୁଲା ସାହି ର ମହିଳା ଏହି ଭଳି ଆଲୁଅଝରଣ ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ର ମହୁଲା ଛକ ନିକଟରେ ଗରା ବାଲାଟି ଧରି ରାସ୍ତାରୋକ କରିଛନ୍ତି। ଅଭିଯୋଗକ ମୁତାବକ ଦିର୍ଘ ଦିନ ଧରି ସାହିରେ ପାନୀୟ ଜଳ ସମସ୍ଯା ଦେଖାଦେଇଥିବା ବେଳେ, ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ନୃସିହ ଚରଣ ସାହୁ ନିଜେ ସମସ୍ୟା ସମାଧାନ ର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଯେଉଥିପାଇଁ ଆଜି ସେମାନେ ଧାରଣା ଦେବାକୁ ବାଧ୍ୟ ହେଇଛନ୍ତି । ତେବେ ଦିର୍ଘ ଚାରି ଘଣ୍ଟା ଧରି ରାସ୍ତାରୋକ କରିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ, ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ କରିବାକୁ ସେମାନେ ଦାବି କରିଥିଲେ। ସେପଟେ ଶେଷରେ ସ୍ଥାନୀୟ ଆଇଆଇସି, ତହସିଲଦାର ଆସି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *