ପ୍ରଧାନମନ୍ତ୍ରୀ କୃଷି ସିଞ୍ଜନ ଯୋଜନା
କକାମାକ୍ଷାନଗର,୨୧/୧୨/୨୧-:ଢେଙ୍କାନାଳ ଜିଲା କାମାକ୍ଷାନଗର ସୋଗର ଠାରେ ଥିବା ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ ପରିସରରେ ମଙ୍ଗଳବାର ଢେ଼ଙ୍କାନାଳ ଜିଲା ସହକାରୀ ନିର୍ଦେଶକ ଉଦ୍ୟାନ ବିଭାଗ ଦ୍ବାରା ପ୍ରଧାନମନ୍ତ୍ରୀ କୃଷି ସିଞ୍ଜନ ଯୋଜନାର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶିକା ଗୀତାଞ୍ଜଳି ପାଢୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ଶିବିରରେ ଓଡିଶା ସରକାରଙ୍କ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିିଲେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ହୀତପାଇଁ ମାଳମାଳ ଯୋଜନା କରୁଛନ୍ତି।ଉପଯୁକ୍ତ ଚାଷି କାର୍ଯ୍ୟାଳୟକୁ ଆସି ସୁଯୋଗ ନେଉଛନ୍ତି। ଇଛା ଥିଲେ ଉପାୟ ଆସେ ,ଯେ ପ୍ରକୃତ ଚାଷି ସେ ସବୁ କଥା ବୁଝିଥାଏ। ଏଭଳି କର୍ମଶାଳାରୁ ଚାଷି ଶିଖି ଅନ୍ୟକୁ ଶିଖାଇଥାଏ। ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି ଓ ଦିବ୍ୟ ସୁନ୍ଦର କର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ସିଞ୍ଜନ ଯୋଜନାର ବିଭିନ୍ନ ପ୍ରଣାଳି ଉପରେ ବକ୍ତବ୍ୟ ରଖିଥିଲେ। ସହକାରୀ ନିର୍ବାହି ଯନ୍ତ୍ରୀ ଅଖିଳ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ହିରଣ୍ୟମୟୀ ପ୍ରଧାନ, ଅଳକାନନ୍ଦା ସେଠୀ,ଔସୁୟା ସାହୁଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
