ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଲେ ବିଦ୍ୟାର୍ଥୀ

ପୁରୀ- ତା. ୨୬.୧୨.୨୦୨୧– ହେରିଟେଜ ରାଇଡରେ ବିଶ୍ବମ୍ଭର ବିଦ୍ୟାପୀଠ ଓ ପୋଲିସ ହାଇସ୍କୁଲର ବିଦ୍ୟାର୍ଥୀମାନେ ସାମିଲ ହୋଇ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଛନ୍ତି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ଚକ୍ରତୀର୍ଥ ରୋଡସ୍ଥିତ ସୁନାର ଗୌରାଙ୍ଗ, ବେଡି ହନୁମାନ, ଚକ୍ରନାରାୟଣ ମନ୍ଦିର, ଇନ୍ଦ୍ରଦୁମ୍ନ ପୁଷ୍କରିଣୀ, ଦଶାବତାର ମଠ ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ । ଦଶବତାର ମଠ ପରିସରରେ ସେମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ବିଶ୍ବମ୍ଭର ବିଦ୍ୟାପୀଠ ଶିକ୍ଷକ ଏସ୍ କେ ସେରତୁଲ୍ଲା, ପୋଲିସ ହାଇସ୍କୁଲ ଶିକ୍ଷକ ଶ୍ରୀ ଦେବବ୍ରତ ବେଦମାତା, ଗାଇଡ ଶ୍ରୀ ଟୁକୁନା ପ୍ରଧାନ, ଶ୍ରୀ ସିଦ୍ଧାର୍ଥ ଆଚାର୍ଯ୍ୟ, ଶ୍ରୀ ନଟବର ସାହୁ, ଶ୍ରୀ ସତ୍ୟବ୍ରତ ସାହୁ, ସୁଶ୍ରୀ ମଞ୍ଜୁଶ୍ରୀ ସେନ, ବେୟାରଫୁଟ ଅନୁଷ୍ଠାନର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *