ଖବର ପ୍ରସାରଣ

ଖବର ପ୍ରସାରଣ ପରେ ମଧ୍ୟ ନିଦ ଭାଙ୍ଗୁନି ହରଭଙ୍ଗି ଜଳ ସେଚନ ପ୍ରକଳ୍ପ ଅଧିକାରୀ ଙ୍କ

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅନ୍ତର୍ଗତ ବଡଗଡ ପଞ୍ଚାଯତ ସ୍ଥିତ ହରଭଙ୍ଗି ଜଳ ସେଚନ ପ୍ରକଳ୍ପ ର ମନମୁଖୀ ଶାସନ ଯୋଗୁଁ ଚାଷୀ ହନ୍ତସନ୍ତ l ଏଠାରେ ହରଭଙ୍ଗି ଜଳ ସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଅଛି ସତ କିନ୍ତୁ ବିଭାଗିୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦେଖିବା କଷ୍ଟ କର ହୁଏ। ବାରମ୍ବାର ଅଭିଯୋଗ ଓ ଖବର ପ୍ରସାରଣ କଲେ ମଧ୍ୟ ନା ସରକାରଙ୍କ ନିଦ ଭାଙ୍ଗୁଛି ନା ବିଭାଗିୟ ବିଭାଗୀୟ ଅଧିକାରୀ ମାନଙ୍କ ଆଜି ପୁଣି ପ୍ରାୟ ଦଶ ଖଣ୍ଡ ଗ୍ରାମର ଚାଷୀ ଆସି ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ l ଏ ଭଳି ବାରମ୍ବାର ଅଫିସ ଆସି ଅଭିଯୋଗ ଦେଇ ଧାରଣା ଦେଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ସେ ପ୍ରକାଶ କରିଛନ୍ତି l ଚାଷୀ ଙ୍କ ପାଇଁ ଗଠିତ ହୋଇଛି ପାଣିପଞ୍ଚାୟତ କିନ୍ତୁ ପାଣି ପଞ୍ଚାୟତ ରେ ସବୁବେଳେ ତାଲା ଝୁଲୁଛି। ସଭାପତି ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣଷି ସୁଫଳ ମିଳୁନାହିଁ। ବିଭାଗୀୟ ଅଧିକାରୀଙ୍କୁ ନା ଦେଖିବାକୁ ମିଳୁଛି ନା ଯୋଗାଯୋଗ କଲେ ମଧ୍ୟ ଫୋନ୍ ଉଠାଉ ନାହାଁନ୍ତି। ବାରମ୍ବାର ଅଫିସ ଆସି ଫେରି ଯିବାକୁ ପଡୁଛି l ପାଣି କାଳେ କମିଥିବ ଭାବି କେତେକ ଚାଷୀ ଅଡଭା ଘାଇ ରେ ପାଣି ଅଛି ନା ନାହିଁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ପହଞ୍ଚି ଥିଲେ। ଜାଣିବାକୁ ପାଇଲେ ଯେ ପ୍ରାୟ ତିରିଶି ଫୁଟ ପାଣି ଅଛି। ଗୋଟିଏ ଗେଟ୍ ଟିକିଏ ଖୋଲା ହୋଇଛି ଏବଂ ସେହି ଗେଟ୍ ଦେଇ ବର୍ଷ ତମାମ ଜଳ ନିଷ୍କାସନ ହେଉଛି l କିଛିଦିନ ତଳେ ପଚାରିବାରୁ ବିଭାଗୀୟ ଅଧିକାରୀଙ୍କୁ ସେ ଉତ୍ତର ଦେଉଛନ୍ତି l ସେହି ଜଳ ନଦୀରେ ପ୍ରବାହିତ ହୋଇ ବ୍ରହ୍ମପୁର କୁ ଜଳ ଯୋଗାଣ ହେଉଛି କିନ୍ତୁ ଆମର ଏଠାକାର ଚାଷୀ ପାଇଁ ଜଳ ଅଭାବ ହେଉଛି ସୁଖିଲ ପଡ଼ିଛି କେନାଲ ବୋଲି ଚାଷୀ ମାନେ କହୁଛନ୍ତି l ଏ ଭଳି ଚାଷ କରିବା ପାଇଁ ଜଳ ସମସ୍ୟା ରହେ ତାହା ହେଲେ ଆମେ ଧାର କରଜ କରି ଆଣିଥିବା ଟଙ୍କା କିଭଳି ଦେବୁ ଶେଷରେ ଆତ୍ମହତ୍ୟା କରିବା ନିଚିତ ବୋଲି ଚାଷୀମାନେ କହିଛନ୍ତି l ଧାନ ତଳି ଜଳ ଅଭାବରୁ ମରିବାକୁ ବସିଲାଣି ପାଣି କେବେ ମିଳିବ ଚାଷୀ କେବେ ଚାଷ କରିବ ଓ ସେମାନଙ୍କ ଧାର କରଜ କରି ଆଣିଥିବା ଟଙ୍କା କେବେ ସୁଧ ମୁକ୍ତ ହେବେ ତାହା ତାଙ୍କ ମନରେ ଚିନ୍ତାର ବିଷୟ ପାଲଟିଛି l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *