ଶ୍ରାଦ୍ଧ ବାର୍ଷିକୀରେ ମାଙ୍କ ପାଈଁ ବୃକ୍ଷ ରୋପଣ
କାକଟପୁର, କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ କୋତାଙ୍ଗ ଗ୍ରାମରେ ସ୍ଵର୍ଗତ ରଙ୍ଗଲତା ଦାଶଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଛି। ମାଙ୍କ ପାଈଁ ଗଛଟିଏ ବାର୍ତ୍ତା ନେଇ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ଦାଶଙ୍କ ତତ୍ତ୍ଵାବଧାନରେ ବୃକ୍ଷ ରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ବ୍ରଜ କିଶୋର ରାଉତରାୟ ଓ ଅବଧୂତ ସ୍ବାଇଁଙ୍କ ସମେତ ଗ୍ରାମବାସୀ ମାନେ ଯୋଗଦେଇ ୫୦ ଗୋଟି ବୃକ୍ଷ ରୋପଣ କରିଥିଲେ। ଆଗାମୀ ଦିନରେ ୫୦୦ ବୃକ୍ଷ ରୋପଣ କରାଯିବ ବୋଲି ସମାଜସେବୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।
