ଉଦଳା ମାରୱାଡି ମହିଳା ସମିତିର ବୈଠକ
ଉଦଳା ମାରୱାଡି ମହିଳା ସମିତିର ବୈଠକ ଓଡ଼ିଶା ମାରୱାଡି ମହିଳା ସମିତିର ଉଦଳା ଶାଖା ତରଫରୁ ହୋଟେଲ ଗାର୍ଡେନ ଭିଲ୍ଲାରେ ଏକ ବୈଠକ ଅନୁଷ୍ଠିତ ହୋଇ ଅଛି । ଏହି ଜରୁରୀ ବୈଠକରେ ମାରୱାଡି ମହିଳା ସମିତି ଓଡ଼ିଶାର ସଭାପତି ବବିତା ଅଗ୍ରୱାଲା , କୋଷାଧ୍ୟକ୍ଷ ନନ୍ଦିତା ଅଗ୍ରୱାଲା ଓ ଅଞ୍ଚଳ ପ୍ରମୁଖ ସ୍ନେହଲତା ଅଗ୍ରୱାଲା ଯୋଗ ଦେଇଥିବା ବେଳେ ଉଦଳା ଶାଖାର ସଭାପତି ସୁମିତ୍ରା ଖଣ୍ଡେଲୱାଲା ଓ ସମ୍ପାଦକ ରିଙ୍କୁ ଅଗ୍ରୱାଲା ଓ ଉପଖଣ୍ଡର ମାରୱାଡି ପରିବାରର ମହିଳାମାନେ ଯୋଗ ଦେଇ ଥିଲେ । ଏହି ବୈଠକରେ ମହିଳା ସଶକ୍ତିକରଣ, ବୃକ୍ଷ ରୋପଣ, ରକ୍ତଦାନ, ଅଙ୍ଗଦାନ , ନେତ୍ରଦାନ ଇତ୍ୟାଦି ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ସମସ୍ତ ସଦସ୍ୟମାନଙ୍କୁ ପରାମର୍ଶ ଦେଇ ଥିଲେ ।

ଏହି ବୈଠକରେ କ୍ରାନ୍ତିୟ ସଂସ୍କାର ସଂସ୍କୃତି ପ୍ରମୁଖ ମନୀଷା ଅଗ୍ରୱାଲା , ରାଧାରାଣୀ ଖଣ୍ଡେଲୱାଲା, ରାକ୍ଷୀ ଖଣ୍ଡେଲୱାଲା ଓ ଲକ୍ଷ୍ମୀ ଖଣ୍ଡେଲୱାଲା ପ୍ରମୁଖ ଯୋଗ ଦେଇ ଥିଲେ । ବୈଠକ ପରେ ହୋଟେଲ ଗାର୍ଡେନ ଭିଲ୍ଲା ପରିସରରେ ବୃକ୍ଷ ରୋପଣ ଓ ଗୋମାତାଙ୍କୁ ପୂଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ମନୋଜ ଅଗ୍ରୱାଲା ସହଯୋଗ କରିଥିଲେ ।
