ପାଠପଢି ବେକାର ଯୁବକଙ୍କ ବଞ୍ଚିବାର ରାହା ସହରରେ ଥିବା ଅନ ଲାଇନ ମାର୍କେଟିଂ ସଂସ୍ଥା
ପାଠପଢି ବେକାର ଯୁବକଙ୍କ ବଞ୍ଚିବାର ରାହା ସହରରେ ଥିବା ଅନ ଲାଇନ ମାର୍କେଟିଂ ସଂସ୍ଥା
ବ୍ରହ୍ମପୁର – (ଲାଲ ମୋହନ ପଟ୍ଟନାୟକ)
ଆଜିର ସମାଜରେ ରୋଜଗାର ନପାଇ ବେକାର ସମସ୍ୟା ଯେପରି ବୃଦ୍ଧି ପାଉଛି କିଛି ମାର୍କେଟିଂ ସଂସ୍ଥା ସହରରେ ଖୋଲିଲେ ସହ ସହ ଛାତ୍ର, ଯୁବକ ସେଠାରେ କାମ ପାଇଁ ଲାଇନ ଲାଗନ୍ତି । ଏପଟେ ବାପା, ମା ଙ୍କ ରୋଜଗାର କମ ଥିବା ବେଳେ ପିଲାଙ୍କୁ ପାଠ ପଢ଼ାଇବା କଷ୍ଟକର ହୋଇ ଯାଉଛି । ଆମ ଗଞ୍ଜାମ ଜିଲ୍ଲାରେ ବେକାର ହୋଇ ଥିବା ଛାତ୍ର ହେଉ କି ଯୁବକ ବଂଚିବା ପାଇଁ ବିଭିନ୍ନ ସ୍ଥାନରେ କାମ କରି ପେଟ ପୋଶନ୍ତି । ଏହାଛଡା ଜିଲ୍ଲାର ପାଖ କନ୍ଧମାଳ, ଗଜପତି ଜିଲ୍ଲାର ବହୁ ଆଦିବାସୀ ପିଲା କଲେଜରେ ପାଠ ପଢି ବ୍ରହ୍ମପୁର ସହରରେ ବିଭିନ୍ନ ଜାଗାରେ ପାର୍ଟ ଟାଇମ କାମ କରି ଯାହା ରୋଜଗାର କରନ୍ତି ସେଥିରେ ଘର ଭଡ଼ା ସହ ଖାଇବା ପାଇଁ ସମାନ ହୋଇଯାଏ ।
ଛୋଟ ବଡ଼ ସହରରେ ଏବେ ବିଭିନ୍ନ ପ୍ରକାରର ସର୍ବ ଭାରତୀୟ ସ୍ତରର ମାର୍କେଟିଂ ,ସପିଙ୍ଗ ମହଲ ଖୋଲିବା ଯୋଗୁଁ ବେକାର ଥିବା ଯୁବକ, ପାଠ ପଢା ଛାତ୍ର ଛାତ୍ରୀ ମାନେ ଅଳ୍ପ ଦରମାରେ ପାର୍ଟ ଟାଇମ କାମ କରନ୍ତି । ବିଲ୍ମକୀଟ ବୋଲି ଏକ ମାର୍କେଟିଂ ସଂସ୍ଥା ବ୍ରହ୍ମପୁର ସହରର ହିଲପଟାଣା ଠାରେ ଖୋଲିଛି, ପ୍ରାୟ 150 ରୁ 200 ଛାତ୍ର, ଯୁବକ ସେଠାରେ ପାର୍ଟ ଟାଇମ କାମ କରନ୍ତି । ଆଜକୁ ପ୍ରାୟ 1ମାସ ହେଲା ଖୋଲିଛି ଏହି ସଂସ୍ଥା ଆମେ ଦେଖିଛୁ ବ୍ରହ୍ମପୁର ସହରରେ ଜୁମାଟୋ, ସୁଇଗି, ଇନଷ୍ଟାମାର୍ଟ, ଡୋମିନ୍ସ ଭଳି ଏହି ସଂସ୍ଥା ଗୁଡିକ ରେ ବହୁ ବେକାର ଯୁବକ, ଛାତ୍ର ମାନେ ପାର୍ଟ ଟାଇମ ରୋଜଗାର କରି କିଛି ମାତ୍ରାରେ ଟଙ୍କା କମାନ୍ତି । ଘରେ ଆର୍ଥିକ ସମ୍ବଳ ନଥିବାରୁ ଅଧିକାଂଶ ଯୁବକ, ଛାତ୍ର ଛାତ୍ରୀ ପାର୍ଟ ଟାଇମ କାମ କରନ୍ତି ।
ଏହି ବିଲ୍ମକୀଟ ମାର୍କେଟିଂ ସଂସ୍ଥାରେ ଗ୍ରୋସେରି ରେ ଚାଉଳ, ଅଟା, ଆଳୁ, ପିଆଜ ଠୁ ସବୁ ପ୍ରକାର ଘରୋଇ ଖାଦ୍ୟ ତିଆରି ଦ୍ରବ୍ୟ ମିଳେ ଏହା ଛଡା ମାଛ, ମାଂସ ,ଅଣ୍ଡା ମଧ୍ୟ ମିଳେ। ଘରୋଇ ଲୋକମାନେ ଅନ୍ଲାଇନ ରେ ଅଡ଼ର କରିଲେ ,କମ୍ପାନୀର ଦୋକାନରୁ ବିଲ୍ମକୀଟର ମାର୍କେଟିଂ ଯୁବକ ମାନେ 10 ରୁ 15 ମି ନଟରେ ଅଡ଼ର କରିଥିବା ଘରକୁ ପହଂଚା ନ୍ତି ବୋଲି ସେମାନେ କୁହନ୍ତି । ସେମାନେ କୁହନ୍ତି 1ଘଣ୍ଟା ରେ 70 ଟଙ୍କା ରୁ 100 ଟଙ୍କା କମାନ୍ତି । ନିଜର ଗାଡି ସହ ନିଜେ ପେଟ୍ରୋଲ ପକାଇ ରୋଜଗାର ପାଇଁ ସେଠାରେ ଜଗି ବସିଥାନ୍ତି ।
