ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କୋରାପୁଟ,୧।୮()ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ୭୯ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ ,ଆଇଏଏସ ପ୍ରୋବେସନାରୀ ସନ୍ତୋଷ କୁମାର ପାତ୍ର,କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ସହରରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରିବେ । ପ୍ୟାରେଡରେ ୨୭ ଟି ଦଳ ଅଂଶ ଗ୍ରହଣ କରିବେ।ସ୍ବାଧୀନତା ଦିବସ ଅବସରରେ ରକ୍ତଦାନ ଶିବିର,ଶାରୀରିକ କ୍ରୀଡା ଓ କୌତୁକ ପୋଷାକ ପ୍ରତିଯୋଗୀତା ଆୟୋଜନ କରାଯିବ। ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, କୁଇଜ ଓ ରଚନା ପ୍ରତିଯୋଗିତା ଆୟୋଜନ କରାଯିବ। ଜିଲ୍ଲାପାଳ , ସାମ୍ବାଦିକ ଏବଂ ଓକିଲ ସଂଘ ଏକାଦଶ ମଧ୍ୟରେ କୌତୁକ ଫୁଟବଲ ପ୍ରତିଯୋଗୀତା ଆୟୋଜନ କରାଯିବ । ଅଧିକା ରକ୍ତଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରିବାକୁ କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରସ୍ତାବ ରଖିଥିଲ।

କୋରାପୁଟରେ ରହିଥିବା ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଆଲୋକରେ ସାଜସଜ୍ଜା କରାଯାଇ ଶ୍ରେଷ୍ଠ ୩ ଟି କାର୍ଯ୍ୟାଳୟକୁ ପୁରସ୍କୃତ କରାଯିବ।ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝୀ,କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରୀତିସୁଧା ଜେନା,ଜିଲ୍ଲା ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି, ଡାକ୍ତର ଶିବ ସାଇ ସ୍ୱରୂପ,କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ ମଣ୍ଡଳ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ସୀସା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ରବି ଶତପଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର , ଏ.କେ.ବେହେରା, ଏସ.କେ.ସେଠୀ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *