ବିଧାୟକଙ୍କ ଖଜୁରୀପଡ଼ା ବ୍ଲକର ପଞ୍ଚାୟତ ପରିକ୍ରମା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ ଓ ଉନୟନ ମୂଳକ କାର୍ଯ୍ୟର ପରିଦର୍ଶନ l
ଫୁଲବାଣୀ:ନିପ୍ର:-୦୧/୦୮କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତକରି ପରିକ୍ରମା କରିଛନ୍ତି ଫୁଲବାଣୀ ବିଧାୟକ ଉମାଚରଣ ମଲିକ l ସେ ବିଭିନ୍ନ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା ରେ ୨୪/୨୫ ଆର୍ଥିକ ବର୍ଷ ପାଇଁ ଖଜୁରୀପଡା ବ୍ଲକର ୧୪ ଗ୍ରାମ ପଞ୍ଚାୟତରେ ୨ କୋଟି ଟଙ୍କାରେ ହେଉଥିବା ନିର୍ମାଣlଧିନ ଉନୟନ ମୂଳକ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ,ବିଦ୍ୟାଳୟ ପରିଦର୍ଶନ ଏବଂ ସାମାଜିକ କାର୍ଯ୍ୟରେ ମଧ୍ୟ ଯୋଗଦାନ କରି ଅଞ୍ଚଳବାସୀ ଙ୍କୁ ଭେଟି ସମସ୍ତ ସରକାରୀ ଯୋଜନା ଉପରେ ତୀକ୍ଷଣ ନଜର ରଖି ଉନତ ମାନର କାମ ହୋଇପାରିବା ପାଇଁ ଖିନଭିନ କରି ବୁଝାଇ ତଦରଖା କରିବାକୁ ନିର୍ଦେଶ ଦେଇଥିଲେ l ସେହିଭଳି ବିଧାୟକଙ୍କ ସହ ଖଜୁରୀପଡା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ମଧ୍ୟ ତାଙ୍କର ଜିଲ୍ଲା ପରିଷଦ ଅନୁଦାନରେ ନିର୍ମାଣ ଚାଲିଥିବା କାର୍ଯ୍ୟ ପରିଦର୍ଶନ କରିଥିଲେ l ପୂର୍ବରୁ କିଛି ଗ୍ରାମ ପଞ୍ଚାୟତ ଜନପ୍ରତିନିଧି ଏବଂ ଅଭିଭାବକ ମାନଙ୍କ ଏକ ଲିଖିତ ଅଭିଯୋଗ ଅନୁସାରେ ବିଧାୟକ ପ୍ରଥମେ ଦୁତିପଡା ସ୍ଥିତ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ହୋଇଥିବା ଅଭିଯୋଗ ଗୁଡିକ ସମୀକ୍ଷା କରିବା ସହ କନ୍ଧମାଳ ଜିଲ୍ଲା କିଭଳି ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବ ସେ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l

ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଗଣିତ ଇଁରାଜୀ ପାଠ ପଢ଼ାରେ କିଛି ପ୍ରଶ୍ନ ଦେଇ ଉତ୍ତର ମାଗିଥିଲେ l ସେହିଭଳି ପାନୀୟଜଳ ଛାତ୍ରୀଙ୍କ ସ୍ୱାସ୍ଥ୍ୟ,ଏବଂ ଶିକ୍ଷାଦାନ ଉପରେ ପରିଦର୍ଶନ କରି ଛାତ୍ରଛାତ୍ରୀ ଙ୍କ ଖାଦ୍ୟର ମାନ ପରକ୍ଷୀ ସମ୍ପୂର୍ଣ ଗୁରୁତ୍ୱାରୋପ ଦେଇଥିଲେ ବିଧାୟକ l ସେହିଭଳି ଦୁତିମେଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଥିଲେ l ପଣସ ପଦର ଠାରେ ବିଧାୟକ ଏବଂ ଜିଲ୍ଲା ପରିଷଦ ଅନୁଦାନରେ ନିର୍ମାଣ ହୋଇଥିବା ସ୍ଥାୟୀ ରାସ୍ତା ଏବଂ ଧର୍ମମଣ୍ଡପ ବୁଲି ଦେଖିବା ସହ ବିଜେପିର ଜଣେ କର୍ମୀଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କର ପରିବାର ପରିଜନଙ୍କୁ ମଧ୍ୟ ସମବେଦନା ଜଣାଇବା ପାଇଁ ସ୍ବର୍ଗତ ପରମାନନ୍ଦ ପ୍ରଧାନଙ୍କ ଘରେ ପହଞ୍ଚିଥିଲେ ବିଧାୟକ ଶ୍ରୀ ମଲିକ l ଅପରାହ୍ନରେ ଆର ନୁଆଁ ଗାଁ ବରେଇଗୁଡା ଗ୍ରାମକୁ ଯାଇ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ନିର୍ମାଣ ହେଉଥିବା ଧର୍ମ ମଣ୍ଡପ ଏବଂ ଖୁବଶୀଘ୍ର ସେଠାରେ କାମନା ମନ୍ଦିର ହେବାକୁ ଥିବା ସ୍ଥାନ ବୁଲି ଦେଖିଥିଲେ l ବିଧାୟକଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଖଜୁରୀପଡା ବ୍ଲକ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ,ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା,ଜାତୀୟ କାଉନସିଲ ସଦସ୍ୟ,ସଞ୍ଜିତ କୁମାର ମଣ୍ଡଳ,ରମେଶ ଚନ୍ଦ୍ର ମହାନ୍ତି ଖଜୁରୀପଡା ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କୁମାର କହଁର,ସାଧାରଣ ସମ୍ପାଦକ ଦଶରଥ ସାହୁ,ଯୁବନେତା ରାଇକିଶ୍ବର ପ୍ରଧାନ,ବିଜୟ କୁମାର ସାହୁ,ସମୀର ପ୍ରସାଦ ଝାଙ୍କର, ବିଜୟ କୁମାର ସେଠୀ, ସୁବୋଧ ସେଠୀ,ମନୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l ବିଧାୟକ ଙ୍କ ଏହି ପଞ୍ଚାୟତ ପରିକ୍ରମା ଗସ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ଆଲୋଚନରୁ ଶୁଣିବାକୁ ମିଳିଛି l
