ରୋଟାରୀ କ୍ଳବ ର ଅଧିଷ୍ଠାନ ଉତ୍ସବ।”ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ- ବିଧାୟକ

ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୬ ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ଯ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗଦେଇ ରୋଟାରୀ କ୍ଳବ୍ ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ବିଦାୟୀ ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କୁ ସାଧୁବାଦ ଜଣାଇବା ସହିତ ୨୦୨୫-୨୬ ବର୍ଷ ପାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ବସିରନ ବିବି ଓ ସଂପାଦକ ଅବିନାଶ ସାହୁଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ଯତମ ସମ୍ମାନିତ ଅତିଥି ଭାବେ ଆସିସ୍ଟାଣ୍ଡ ଗଭର୍ଣ୍ଣର ରୋଟାରିଆନ ସନ୍ତୋଷ କୁମାର ଜେନା ଯୋଗଦେଇ ରୋଟାରୀ କ୍ଳବ ର ବିଶେଷତା ବିଷୟରେ ଆଲୋଚନା କରିଥିଲେ।

ବିଗତ ୨୦୨୪-୨୫ ବର୍ଷର ବାର୍ଷିକ ବିବରଣୀ ସଂପାଦକ ଅବିନାଶ ସାହୁ ପାଠ କରିଥିବା ବେଳେ ୨୦୨୫-୨୬ ବର୍ଷ ପାଇଁ ପୁଣି ଦାୟିତ୍ୱ ଗ୍ରହଣ କରୁଥିବା ସଂପାଦକ ଅବିନାଶ ସାହୁ ଚଳିତ ବର୍ଷ ପାଇଁ କଣ କଣ କାର୍ଯ୍ୟକ୍ରମ କରାଯିବ ସେ ବିଷୟରେ ତାଙ୍କ ଟିମ୍ ର ଲକ୍ଷ୍ଯ ଓ ଆଭିମୁଖ୍ୟ ବିଷୟ ରେ ବକ୍ତବ୍ଯ ରଖି ସମସ୍ତଙ୍କ ସହଯୋଗ ଭିକ୍ଷା କରିଥିଲେ।ଏହି ଅବସରରେ ବେଷ୍ଟ ରୋଟାରିଆନ ଭାବେ ରୋଟାରୀଆନ୍ ଦିଲ୍ଲୀପ ମିଶ୍ର ମୁଖ୍ଯ ଅତିଥି ସମ୍ମାନିତ କରିଥିଲେ । ଏହି ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ସହିତ ପୂର୍ବତନ ସଭାପତି ,ସଂପାଦକ ଓ ଅଧିଷ୍ଠାନ ହୋଇଥିବା ନୂତନ ସଭାପତି, ସଂପାଦକ ମଞ୍ଚାସୀନ ଥିଲେ। ପରିଶେଷରେ ଉପ ସଭାପତି ରୋଟାରୀଆନ୍ ମଦନ ମୋହନ ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।।

Leave a Reply

Your email address will not be published. Required fields are marked *