ଶେଷରେ ଆଖି ବୁଜିଲେ ବଳଙ୍ଗା ନିଆଁ ରେ ପୋଡି ହୋଇ ଦିଲ୍ଲୀ ଏମ୍ସ ରେ ଚିକିତ୍ସିତ ହେଉଥିବା ନାବାଳିକା।

ଗୋପ ୦୨/୦୮/୨୫(ତୀର୍ଥ କ୍ଷେତ୍ର)ପୁରୀ ଜିଲ୍ଲା ବଳଙ୍ଗାରେ ନିଆଁପୋଡ଼ି ଘଟଣାରେ ପୀଡ଼ିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ଅଂଶ ପୋଡ଼ିଯାଇଥିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ବିଶେଷଜ୍ଞ ଡାକ୍ତରମାନଙ୍କର ୧୪ ଜଣିଆ ଟିମ୍ ଅହୋରାତ୍ର ଚେଷ୍ଟା କରିଥିଲେ, କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ।ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ଏହାର ତଦନ୍ତ କରୁଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ଏବଂ ୨୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋବାଇଲ ଟ୍ରାକ କରାଯାଉଛି। ଘଟଣାସ୍ଥଳରୁ ଜବତ ହୋଇଥିବା କିରୋସିନ ତେଲ ବୋତଲ, ପୋଡ଼ା କପଡ଼ା ଓ ରୁପା ମୁଦିକୁ ନେଇ ମଧ୍ୟ ତଦନ୍ତ ଚାଲିଛି।ଏହି ଦୁଃଖଦ ଘଟଣା ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବିବୃତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ରାଜ୍ୟ ସରକାର ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିଲେ। ଦିଲ୍ଲୀ ଏମ୍ସରେ ବିଶେଷଜ୍ଞ ଡାକ୍ତରମାନେ ଅହୋରାତ୍ର ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରିଲା ନାହିଁ। ଏହି ଘଟଣାରେ ଜଡ଼ିତ ଅପରାଧୀମାନଙ୍କୁ ଦୃଢ଼ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।”

Leave a Reply

Your email address will not be published. Required fields are marked *