ବିଶ୍ୱ ମହାସାଗର ଦିବସ ଅବସରରେ ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ସ୍ଥାପତ୍ୟ
ପୁରୀ;– ଆଜି ବିଶ୍ୱ ମହାସାଗର ଦିବସ । ସମୁଦ୍ର ମନୁଷ୍ୟ ଜାତି ପାଇଁ କେତେ ଉପକାରୀ ଓ ଏହାର ସୁରକ୍ଷା ନିମନ୍ତେ ଲୋକ ଙ୍କ ଭିତରେ ସଚେତନତା ବୃଦ୍ଧି ପାଇଁ ଏହି ଦିବସ ପାଳନ କରାଯାଏ । ଏହି ଅଵସର ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା ମାଧ୍ୟମରେ ବିଶ୍ୱ ମହାସାଗର ଦିବସ କୁ ନେଇ ସଚେତନତା ବାର୍ତା ଦିଆଯାଇଛି ।ଏହି ଅବସରରେ ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ସୁନ୍ଦର ବାଲୁକାକଳା ସ୍ଥାପତ୍ୟ । ବିଶେଷ କରି ମହାସାଗର , ସମୁଦ୍ର କିଭଳି ମନୁଷ୍ୟ ଜାତି ଅସ୍ତିତ୍ୱ ରକ୍ଷାରେ କିଭଳି ବରଦାନ ସଦୃଶ ହୋଇଛି ଏବଂ ଏହାର ସୁରକ୍ଷା ପ୍ରତେକ ଵ୍ୟକ୍ତି କରିବା ଉଚିତ ବୋଲି ବାଲୁକା ଚିତ୍ରକଳାରେ ଶ୍ରୀ ପଟନାୟକ ବାର୍ତା ଦିଆଯାଇଛି ।
