ବ୍ରହ୍ମଗିରି କାଳିକାବାଡି ଗୁଳିକାଣ୍ଡ ଘଟଣାରେ ଦ୍ୱିତୀୟ ତଥା ଶେଷ ମୁଖ୍ୟ ଅଭିଯୁକ୍ତ ଗିରଫ :
ତାରିଖ: ୩୦.୧୦.୨୦୨୬*ବ୍ରହ୍ମଗିରି କାଳିକାବାଡି ଗୁଳିକାଣ୍ଡ ଘଟଣାରେ ଦ୍ୱିତୀୟ ତଥା ଶେଷ ମୁଖ୍ୟ ଅଭିଯୁକ୍ତ ଗିରଫ : ମୋଟ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି*ବ୍ରହ୍ମଗିରି ଅଞ୍ଚଳର ବହୁଚର୍ଚ୍ଚିତ କାଳିକାବାଡି ଗୁଳିକାଣ୍ଡ ଘଟଣାରେ ପୁରୀ ଜିଲ୍ଲା ପୋଲିସକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ବ୍ରହ୍ମଗିରି ଥାନା କେସ୍ ନଂ ୫୧୦/୨୦୨୬ରେ ସମ୍ପୃକ୍ତ ଦ୍ୱିତୀୟ ତଥା ଶେଷ ମୁଖ୍ୟ ଅଭିଯୁକ୍ତ ହରମୋହନ ପାହାଳ ଓରଫ ହରିଆକୁ ଆଜି ତାରିଖ ୩୦.୧୦.୨୦୨୬ରେ ବ୍ରହ୍ମଗିରି ପୋଲିସ ଗିରଫ କରିଛି।ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଏକାଧିକ ସ୍ୱତନ୍ତ୍ର ଟିମ୍ ଜିଲ୍ଲା ଓ ଜିଲ୍ଲା ବାହାରେ ଖୋଜାଖୋଜି ଚଳାଇ ଥିଲେ । ପିପିଲି–ସତ୍ୟବାଦୀ ଅଞ୍ଚଳରେ ଡେରା ପକାଇଥିବା ଡ଼ିଏସପି କଳ୍ପନା କାଉରୀଙ୍କ ଟିମ୍ ଅଭିଯୁକ୍ତ ହରମୋହନ ପାହାଳ ଓରଫ ହରିଆକୁ କାବୁ କରିଥିଲା । ମାମଲାର ତଦନ୍ତକାରୀ ଅଧିକାରୀ ଡ଼ିଏସପି କାଉରୀ ଅଭିଯୁକ୍ତକୁ ଗିରଫ କରି ମାନ୍ୟବର ଅଦାଲତକୁ ଚାଲାଣ କରିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଏହି ଗୁଳିକାଣ୍ଡ ଘଟଣାରେ ପୀଡ଼ିତ ତୋଫାନ ପାହାଳଙ୍କ ଉପରକୁ ଗୁଳି ଚଳାଇଥିବା ମୁଖ୍ୟ ଅଭିଯୁକ୍ତ ଦୁର୍ଯ୍ୟୋଧନ@ ବୁଲୁ ପାହାଳକୁ ପୋଲିସ ପୂର୍ବରୁ ଗିରଫ କରିସାରିଛି।ଆଜିର ଗିରଫଦାରୀ ସହିତ ଏହି ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଉଭୟ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ନିମନ୍ତେ ବ୍ରହ୍ମଗିରି ପୋଲିସର ତଦନ୍ତ ଜାରି ରହିଛି।ଅପରାଧରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଇନର ପରିସରଭୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ପୋଲିସ ଦୃଢ଼ପ୍ରତିଜ୍ଞ ।
