ରାଷ୍ଟ୍ରୀୟ ଏକତା ଦିବସ ଓ ନିଶାମୁକ୍ତ ଓଡ଼ିଶା ଗଠନ ନିମନ୍ତେ ପୁରୀ ପୋଲିସର ସଚେତନତା କାର୍ଯ୍ୟକ୍ରମ

ପୁରୀ, ୩୦.୧୦.୨୦୨୬: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ନିଶାମୁକ୍ତ ଓଡ଼ିଶା ଗଠନ ଓ ଜାତୀୟ ଏକତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚନ୍ଦନପୁର ଥାନା ପକ୍ଷରୁ ମହନ୍ତ କଥା ସ୍କୁଲ, ତାଳବଣିଆ ଥାନା ପକ୍ଷରୁ ତ୍ରିଲୋଚନ ବିଦ୍ୟାଳୟ ଓ CMT college ଏବଂ ସମୁଦ୍ରକୂଳ ଥାନା ପକ୍ଷରୁ ସମୁଦ୍ରକୂଳରେ ନିୟୋଜିତ ଲାଇଫଗାର୍ଡ ଓ ଜନ ସାଧାରଣ ଙ୍କୁନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀ, ଲାଇଫଗାର୍ଡ ଓ ଜନସାଧାରଣଙ୍କୁ ଜାତୀୟ ଏକତା, ଅଖଣ୍ଡତା ଓ ଭାଇଚାରାର ମହତ୍ତ୍ୱ ସମ୍ପର୍କରେ ସଚେତନ କରାଯିବା ସହ ନିଶା ସେବନର କୁପ୍ରଭାବ ଏବଂ ଏହାର ନିରାକରଣ ଦିଗରେ ସମସ୍ତଙ୍କ ଭୂମିକା ବିଷୟରେ ବୁଝାଯାଇଥିଲା। ଏଥିସହ ନିଶା ସେବନରୁ ଦୂରେଇ ରହିବା, ଅନ୍ୟମାନଙ୍କୁ ସଚେତନ କରିବା ଓ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବା ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା। ପୁରୀ ପୋଲିସର ଏହି ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଜାତୀୟ ଏକତା ଓ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଚାର କରାଯାଇଥିଲା।

Leave a Reply

Your email address will not be published. Required fields are marked *