ଓଷ୍ଟା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
ଓଷ୍ଟା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ରାୟଗଡ଼ା-୩/୮-ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (OSSTA) ଓ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆହ୍ଵାନରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ସଂଘ ତରଫରୁ ଶନିବାର ଦିନ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ମଂଜୁଲତା ଜେନାଙ୍କ ମାଧ୍ୟମରେ ସମସ୍ତ କର୍ମଚାରୀ ମାନେ ୬ ଦଫା ଦାବି ସମ୍ବଳିତ ଦାବୀପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ, ଅବସର ନେଇଥିବା ଓ ନେବାକୁ ଯାଉଥିବା କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ, ପେନସନ ପ୍ରଦାନ, ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି, ଖାଲିଥିବା ପଦବୀ ପୂରଣ ଓ ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକୁ ସରକାରୀ କରଣ , ୨୦୦୪ ମସିହାରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି notional increment ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନ୍ସନ୍ ସ୍କିମ୍ ପରିବର୍ତ୍ତେ ପୁରାତନ ସ୍କିମର ପୁନଃ ପ୍ରଚଳନ ଇତ୍ୟାଦି ପ୍ରମୁଖ ନ୍ୟାର୍ଯ୍ୟ ଦାବୀ ପୂରଣ ନହେଲେ ଆଗାମୀ ୧୬ତାରିଖରେ ଶିକ୍ଷକମାନଙ୍କ ଦାବୀ ଦିବସ ଅବସରରେ ଭୁବନେଶ୍ଵର ଗାନ୍ଧୀମାର୍ଗରେ ଏକ ମହାସମାବେଶ କରିବା ପାଇଁ ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ OSSTA ସଂଘର ଜିଲ୍ଲା ସଂପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରଥ , OSSTA ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ବିଜୟ କୁମାର ନାୟକ , ବ୍ଳକ ସଂପାଦକ ନିରଞ୍ଜନ ନାୟକ , ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ବରିଷ୍ଠ ଶିକ୍ଷକ ନୃସିଂହ ଚରଣ ପତି , ମୂରଲୀଧର ପ୍ରଧାନ , ସନ୍ତୋଷ କୁମାର ଶତପଥୀ, ଅନୀତା ସାହୁ, ଇପିଲି ଦେବକୀ ରାଣୀ , ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ସର୍ବଶ୍ରୀ ସରୋଜ କୁମାର ବେଉରିଆ , ଦୀପକ କୁମାର ପଣ୍ଡା ଓ ହରି ଅଟାକାଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏଥି ସହିତ ଜିଲ୍ଲାର ୧୧ଗୋଟି ବ୍ଳକରେ ମଧ୍ୟ ଅନୁରୂପ ଭାବରେ ଦାବୀପତ୍ର ପ୍ରଦାନ କରାଯାଇଥିଲା ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
