ଓଡ଼ିଶା ରାଜସ୍ବ ଅମଲା ସଂଘ କନ୍ଧମାଳର ସାଧାରଣ ପରିଷଦ ବୈଠକ ।

କନ୍ଧମାଳ ୦୩/୦୮/୨୦୨୫ ଫୁଲବାଣୀ ଆଜି ସ୍ଥାନୀୟ ଫୁଲବାଣୀ ଆଇ ଟି ଡି ଏ କାର୍ଯ୍ୟଲୟ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜସ୍ବ ଅମଲ। ସଂଘ କନ୍ଧମାଳ ଶାଖାର ସଭାପତି ଶ୍ରୀ ଗଣେଶ ନାୟକ, ସମ୍ପାଦକ ଶ୍ରୀ ସିମ।ଞ୍ଚ ଳ ପଣ୍ଡା, ଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାର ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନିଷ୍ପତି ଅନୁସାରେ ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲା ମାନଙ୍କର ୯ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କର ଅ।ହେତୁକ ବିଲମ୍ଭ ହେତୁ ରାଜ୍ୟ ର ୨୧ ଗୋଟି ସାଂସଦ ଓ ୧୪୭ ବିଧାୟକ ମାନଙ୍କ ପାଖରେ ଏହି ଦାବି ଗୁଡ଼ିକ ବିଷୟରେ ଅବଗତ କରାଇବା ଓ ସରକାରଙ୍କ ପାଖରେ ଏହି ଦାବି ଗୁଡ଼ିକ ପାଂହଚାଇବା ସକାଶେ ନିଷ୍ପତ୍ତି ନିଆଯାଇଥିଲା ।ଏହି ଦାବି ବିଷୟରେ ସ୍ଥାନୀୟ ବିଧାୟକ ଙ୍କୁ ତା୦୨/୦୮/୨୦୨୫ ରିଖରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲା ମାନଙ୍କର ଦୀର୍ଘ ଦିନର ଦାବି ପୁରାଣ କରିବା ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପାଷାଣ କରୁଥିବା ଯୋଗୁଁ ଜିଲ୍ଲା ସ୍ତରରେ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରାଜ୍ୟ ସରକାରଙ୍କ ସହ ଦାବି ଗୁଡ଼ିକ ବିଷୟରେ ବିଭିନ୍ନ ସମୟରେ ଓ ବିଭିନ୍ନ ମାଧ୍ୟମରେ ପତ୍ର। ଳ।ପା କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି । କିନ୍ତୁ ଉପରକ୍ତ ସମସ୍ତ ଆଲୋଚନା ପର୍ଯ୍ୟଲଚନ ପରେ ମଧ୍ୟ ବର୍ତ୍ତମାନ ଯାଏଁ ଫଳ ଶୂନ୍ୟ ହୋଇଅଛି । ସରକାର ଯଦି ଆଗାମୀ ୧୦ ଅଗଷ୍ଟ ୨୦୨୫ ତାରିଖ ମଧ୍ୟରେ ଉପୋରକ୍ତ ଦାବିଗୁଡିକୁ ପୁରାଣ ନ କରନ୍ତି, ତାହାହେଲେ ରାଜ୍ୟ ସଂଘ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତ୍ତି ଅନୁସାରେ ଅଗଷ୍ଟ ୧୧ ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ଜିଲ୍ଲା ସଂଘର ସଭାପତି ଶ୍ରୀ ଗଣେଶ ନାୟକ ଗଣ ମାଧ୍ୟମ କୁ କହିଥିଲେ ।ଏହି ମହତ୍ଵ କାର୍ଯ୍ୟ ରେ ସଂଘର ଅଧକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ଉପ।ଧକ୍ଷ ଶ୍ରୀ ହରପ୍ରସାଦ ମୁନି, ଉପଦେଷ୍ଟା ବିନୋଦ ଚନ୍ଦ୍ର ମହାନ୍ତି, ଆଶିଷ କୁମାର ମିଶ୍ର, ଶ୍ରୀକାନ୍ତ ଦାସ, ଦେବନାଥ ପ୍ରଧାନ, ପ୍ରଦୀପ କୁମାର ବିଶ୍ବାଳ, କାର୍ଯ୍ୟକାରୀ ସଭାପତି ଅମି ର ଦିଗାଲ, ସହ ସମ୍ପାଦକ ନିଖିଳ ଚନ୍ଦ୍ର ସାହା, କୁଷଧକ୍ଷ ସୁନିତ୍ କୁମାର ଦଳବେହେରା, ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ୍ ପଣ୍ଡା, ଖିରବ୍ ଧି ତନୟ। ଦିଗଲ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *