ବଡ଼େ ହରିହର ଗୁରୁଙ୍କ ପୁଣ୍ୟତିଥି ସ୍ମୃତି ସମାରୋହ
ବଡ଼େ ହରିହର ଗୁରୁଙ୍କ ପୁଣ୍ୟତିଥି ସ୍ମୃତି ସମାରୋହ
ପୁରୀ ତା. 2/8 ଭକ୍ତି ଓ ସେବାର ଅନନ୍ୟ ପ୍ରତୀକ ଦାନବୀର ବଡ଼େ ହରିହର ଗୁରୁଙ୍କ ୧୦୧ତମ ପୁଣ୍ୟ ତିଥି ସ୍ମୃତି ସମାରୋହ ବଡ଼ଦାଣ୍ଡ ସ୍ଥିତ ଗୁରୁ ଇstate ପରିସରରେ ଅନୁଷ୍ଠିତ ହୋଇଯାଇଛି I ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଡ. (ପଦ୍ମଶ୍ରୀ) ଅଶୋକ କୁମାର ମହାପାତ୍ର, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଶିକ୍ଷାବିତ୍ ସତ୍ୟବାଦୀ ଦାଶ ଅତିଥି ଭାବେ ଯୋଗଦେଇ ସ୍ମୃତିଚାରଣ କରିଥିଲେ I ସେବା ହିଁ ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ତତ୍ତ୍ଵ ଓ ଦିବ୍ୟାତ୍ମା ଦାନବୀର ବଡ଼େ ହରିହର ସେହି ପବିତ୍ର ପରମ୍ପରାର ଶାଶ୍ୱତ ପ୍ରତିନିଧି ଓ ପ୍ରତୀକ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ I
ଅନୁଷ୍ଠାନର ସଭାପତି ରବିନାରାୟଣ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ କାର୍ଯ୍ୟକାରୀ ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟ ସ୍ଵାଗତ ଭାଷଣ, ସମ୍ପାଦକ ଚକ୍ରଧର ମହାପାତ୍ର ବିବରଣୀ ପାଠ କରିଥିଲେ I ଶ୍ରୀଜଗନ୍ନାଥ ବୈଦିକ ଶିକ୍ଷାନୁଷ୍ଠାନ ସଦସ୍ୟ ମାନଙ୍କ ଦ୍ଵାରା ବେଦପାଠ କରାଯାଇଥିଲା I ଏହି ଅବସରରେ ବରିଷ୍ଠ ସେବାୟତ ଗୋବିନ୍ଦ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ବରିଷ୍ଠ ସେବାୟତ ନିରଞ୍ଜନ ସିଂହାରୀ,ବରିଷ୍ଠ ସେବାୟତ ଜଗନ୍ନାଥ ପ୍ରତିହାରୀ,
କ୍ରୀଡ଼ାବିତ (ସୁନ୍ଦର ସ୍ୱାସ୍ଥ୍ୟ) ବିଶ୍ଵଜିତ ପ୍ରତିହାରୀ, ଚିତ୍ରଶିଳ୍ପୀ ଡ. ଦୁର୍ଗାମାଧବ କର ,ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପ୍ରିୟବ୍ରତ ରାୟ ,ଶାସ୍ତ୍ରୀୟ ସଙ୍ଗୀତଜ୍ଞ ସିପ୍ରା ମହାନ୍ତି , ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଅନ୍ନପୂର୍ଣା ତ୍ରିପାଠୀ, ଶ୍ରେଷ୍ଠ ଛାତ୍ର (ସଂସ୍କୃତ ଭାଷା ଅଧ୍ୟୟନ) ସୋୟମଭୂ ପ୍ରସାଦ କର ଙ୍କୁ ପ୍ରତିଭା ସମ୍ମାନ-2025 ରେ ସମ୍ମାନିତ କରାଯାଇଥିଲା I ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ I ସମବେତ କଣ୍ଠରେ ଶ୍ରୀ ଗୀତଗୋବିନ୍ଦ,ମାଳଶ୍ରୀ,ବାଦ୍ୟ ବିଚିତ୍ରା, ପାରମ୍ପରିକ ସଙ୍ଗୀତ ପରିବେଷଣ କରାଯାଇଥିଲା I ସୁନାମଧନ୍ୟ କଣ୍ଠଶିଳ୍ପୀ ମହାପ୍ରସାଦ କର ଏବଂ ସୌରଭ ନାୟକ ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଜମେଶ୍ୱର ପୂଜାପଣ୍ଡା, ପ୍ରସନ୍ନ କୁମାର ମିଶ୍ର, ସୋମନାଥ ଗୁରୁ,ସତ୍ୟନାରାୟଣ ଗୁରୁ,ବିମଳେନ୍ଦୁ ଦାଶ, ପ୍ରେମନାଥ ଗୁରୁ,ଅମରନାଥ ଗୁରୁ,ହରିହର ଗୁରୁ,ରମେଶ ଚନ୍ଦ୍ର ସାହୁ, ପ୍ରଭାତ କୁମାର ମହାନ୍ତି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ I
