ପୁରୀ ମଧୁବନ ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ କରାଯାଇଛି

ପୁରୀ ମଧୁବନ ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ କରାଯାଇଛି, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ସୁରେଶ ମିଶ୍ର ଉକ୍ତ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ବିଦ୍ୟାଳୟ ର ପରିଚଳନା ସମିତି ର ସମ୍ପାଦକ ଶ୍ରୀ ଯୁକ୍ତ, ପୁରୁଷୋତ୍ତମ ନାୟକ ସଭାପତି ଶ୍ରୀ ଯୁକ୍ତ ସୁନୀଲ ଚକ୍ରବର୍ତ୍ତୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବିଦ୍ୟାଳୟ ର ନବ ଗଠିତ ବିଦୂତ ପରିଷଦ ଟିମ ଘୋଷଣା କରିଥିଲେ, ଉକ୍ତ ବିଜ୍ଞାନ ମେଳା ରେ ବିଜ୍ଞାନ ପ୍ରକଳ୍ପ ରେ 100ଜଣ, ବିଜ୍ଞାନ ପ୍ରୟୋଗ ରେ 12ଜଣ,ବିଜ୍ଞାନ ପତ୍ର ପ୍ରୟୋଗ ରେ 9ଜଣ, ସର୍ବ ମୋଟ 121ଜଣ ଶିଶୁ ବିଜ୍ଞାନ ପ୍ରକଳ୍ପ ରେ ଯୋଗ ଦେଇଥିଲେ,ଗଣିତ ପ୍ରକଳ୍ପ ରେ 23ଜଣ ଗଣିତ ପ୍ରୟୋଗ ରେ 11ଜଣ,ଗଣିତ ପତ୍ର ବାଚନ ରେ 4ଜଣ ସର୍ବ ମୋଟ 38ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ, ଗଣିତ ପ୍ରଶ୍ନ ମଞ୍ଚ ରେ 17ଜଣ, ବିଜ୍ଞାନ ପ୍ରଶ୍ନ ମଞ୍ଚ ରେ 18ଜଣ ଶିଶୁ ପ୍ରତିଯୋଗୀ ଏବଂ ସଂସ୍କୃତି ଜ୍ଞାନ ପ୍ରତିଯୋଗିତା ରେ 40ରୁ ଉର୍ଦ୍ଧ ପ୍ରତି ଯୋଗୀ ଅଂଶଗ୍ରହଣ କରିଥିଲେ,ଏହି ବିଜ୍ଞାନ ମେଳା ରେ ସର୍ବ ମୋଟ 230ରୁ ଉର୍ଦ୍ଧ ଶିଶୁ ପ୍ରତିଯୋଗୀ ଯୋଗ ଦେଇଥିଲେ, ମାନନୀୟ ଶ୍ରୀ ଯୁକ୍ତ ଦିଗମ୍ବର ପ୍ରଧାନ,ଶ୍ରୀ ଯୁକ୍ତ ବନମାଳୀ କର,ଶ୍ରୀ ଯୁକ୍ତ ବିନୋଦ କୁମାର ମୁଦୁଲି,ସଠିକ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ,ବିଦ୍ୟାଳୟ ର ପରିଚଳନା କମିଟି ର ସଭାପତି ଶ୍ରୀ ଯୁକ୍ତସୁନୀଲ ଚକ୍ରବର୍ତ୍ତୀ ନିଜର ବକ୍ତ୍ୟବ ପ୍ରଦାନ କରିଥିଲେ, ବିଦ୍ୟାଳୟ ର ଆଚାର୍ଯ୍ୟ ଶ୍ରୀ ଯୁକ୍ତ ମହେଶ୍ୱର ଜେନା ବିଜ୍ଞାନ ମେଳା ର ବିବରଣୀ ପାଠ କରିଥିଲେ,ସର୍ବ ଶେଷରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମତୀ ବନିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ, ଶାନ୍ତି ମନ୍ତ୍ର ଓ ବନ୍ଦେମାତରମ୍ ଗାନସହ କାର୍ଯ୍ୟକ୍ରମ ସାଙ୍ଗ କରା ଯାଇଥିଲା

Leave a Reply

Your email address will not be published. Required fields are marked *