ଜୟ ନୟାଗଡ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ଦାବୀ ଜୋର ଧରିଲା

ନୟାଗଡ ତା ୩. ୮. (ନିପ୍ରା )ରାଜଧାନୀରୁ ମାତ୍ର ୮୦ କିମି ଦୂରରେ ନୟାଗଡ଼ ଜିଲ୍ଲା ରାଜଧାନୀର କର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାର ପରେ ସରକାର ଆସୁଅଛି କିନ୍ତୁ ନୟାଗଡ଼ ଜିଲ୍ଲାର ଅବସ୍ଥା ଯଥା ପୂର୍ବଂ ତଥା ପରଂ ଭଳି ପଡ଼ି ରହିଛି। ଜିଲ୍ଲା ହେବାର ୩୨ ବର୍ଷ ବିତିଯାଇଥିଲେ ମଧ୍ୟ ନୟାଗଡ଼ ହେଉଛି ଅବହେଳିତ, ନିଷ୍ପେଷିତ ଓ ଶିଳ୍ପବିହୀନ ଜିଲ୍ଲା। ଜିଲ୍ଲାରେ ୪ ବିଧାୟକ ଓ ୩ ସାଂସଦ ନିର୍ବାଚିତ ହୋଇ ଯାଉଛନ୍ତି କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ନୟାଗଡରେ ସେମିତି କିଛି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନାହିଁ। ନା’ ଏଠାରେ ଅଛି ସ୍ୱାସ୍ଥ୍ୟ ପାଇଁ ମେଡିକାଲ କଲେଜ, ନା ଅଛି ଶିକ୍ଷାର ଉନ୍ନତି ପାଇଁ ବିଶ୍ବବିଦ୍ୟାଳୟ ନା ଏଠାରେ ରହିଅଛି କୌଣସି ଶିଳ୍ପ ସଂସ୍ଥାନ। ନୟାଗଡ଼ ଆଜି ଅବହେଳିତ ଅବସ୍ଥାରେ ରହିବାରେ ମୂଳ କାରଣ ରହିଅଛି ରାଜନୈତିକ ଇଛାଶକ୍ତିର ଅଭାବ। ନୟାଗଡ଼ ଜିଲ୍ଲାର ଅପହଞ୍ଚ କୁଜାମେଣ୍ଢୀ ଗ୍ରାମ ପଞ୍ଚାୟତ ଠାରୁ ଭୁବନେଶ୍ବର ପର୍ଯନ୍ତ ପ୍ରାୟ 180 କିମି ମଧ୍ୟରେ କୌଣସି ମେଡ଼ିକାଲ କଲେଜ ନଥିବା ବେଳେ ନୟାଗଡ଼ଠାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାର ଅତ୍ୟନ୍ତ ଆବଶ୍ୟକତା ରହିଅଛି। ଆଜି କିଛି ଦୃଢମନା ଯୁବବନ୍ଧୁଙ୍କ ପ୍ରଚେଷ୍ଟାରେ ନୟାଗଡରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମସ୍ତ ନୟାଗଡ଼ିଆଙ୍କ ସାମ୍ନାକୁ ଆଣି ସେମାନଙ୍କୁ ସଚେତନ କରାଇ ସରକାରଙ୍କ ନିକଟରେ ଆପଣଙ୍କ ଗଣମାଧ୍ୟମ, ଦସ୍ତଖତ ଅଭିଯାନ, ସେଲ୍ଫି ପଏଣ୍ଟ ଓ ସାମାଜିକ ଗଣମାଧ୍ୟମ ଜରିଆରେ ପହଞ୍ଚାଇବା କାର୍ଯ୍ୟ “ଜୟ ନୟାଗଡ ଫାଉଣ୍ଡେସନ” ଜରିଆରେ ନୟାଗଡ଼ ମାଟି ତରଫରୁ କରାଯାଇଅଛି ବୋଲି ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ ପ୍ରାରମ୍ଭିକ ଭାଷଣରେ କହିଥିଲେ। ଆଜି ତା୦୩.୦୮.୨୦୨୫ରିଖରେ ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ଆୟୋଜିତ “ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା” ଆଲୋଚନା ଚକ୍ରରେ ରୋଟାରିଆନ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ତଥା ନୟାଗଡ଼ର ବେଶ ଜଣା ଶୁଣା ତଥା ସୁନାମଧନ୍ୟ ବ୍ୟକ୍ତିତ୍ୱ ପ୍ରମୋଦ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ,ସିବିଲ ସୋସାଇଟିର ମୁଖ୍ୟ ଗୋଦାବରୀ ସାହୁ, ମନୋଜ କୁମାର ସାହୁ, ସନ୍ତୋଷ ପ୍ରଧାନ, ଭଗବତୀ ପଟ୍ଟନାୟକ, ସମାଜସେବୀ ପ୍ରଭାସିନୀ ନନ୍ଦ, ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ଲୋକନାଥ ମିଶ୍ର, ସୁବାସ ମହାପାତ୍ର, ବୈଦ୍ୟନାଥ ମହାପାତ୍ର, ବସନ୍ତ ପଟ୍ଟନାୟକ, ରାମକୃଷ୍ଣ ରଥ, ଗୌରୀ ଶଙ୍କର ଦାସ ପ୍ରମୁଖ ନିଜର ମତ ବ୍ୟକ୍ତ କରିଥିଲେ। ଏହି ଆଲୋଚନା ପରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ସହ ଆଗାମୀ ଦିନରେ ପଦଯାତ୍ରା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନିକଟକୁ ଦାବିପତ୍ର ପହଞ୍ଚାଇବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିବ। ସବୁ ଜିଲ୍ଲାରେ ଗୋଟିଏ ଗୋଟିଏ ମେଡିକାଲ କଲେଜ ନିମନ୍ତେ ସରକାର ଘୋଷଣା କରିଥିଲେ ହେଁ ନୟାଗଡ଼ ପାଇଁ ବୈମାତୃକ ମନୋଭାବ କଣ ପାଇଁ? ପ୍ରତ୍ୟେକ ରାଜନୈତିକ ଦଳର ନେତାମାନେ ନିଜର ରାଜନୈତିକ ଫାଇଦା ପାଇଁ ନୟାଗଡ଼ରେ ମେଡିକାଲ କଲେଜ କଥା କହୁଥିଲେ ହେଁ ଠିକ ସ୍ଥାନରେ କହିବା ପାଇଁ ସେମାନେ ଅସମର୍ଥ। ଆଜି ତା୦୩/୦୮/୨୦୨୫ରିଖ “ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର” କାର୍ଯ୍ୟକ୍ରମରେ ଜୟ ନୟାଗଡ ଫାଉଣ୍ଡେସନ ଜରିଆରେ ନୟାଗଡିଆଙ୍କ ଏହି ପ୍ରମୁଖ ଦାବିକୁ ଦଳ, ଧର୍ମ, ବର୍ଣ୍ଣ, ଜାତି, ସଂଗଠନଠାରୁ ଉପରେ ଉଠି ଏକତ୍ରିତ ହୋଇ ଆନ୍ଦୋଳନ କରିବା ସହ ସରକାରୀସ୍ତରରେ କିଭଳି ଆମର ଦାବି ଉପସ୍ଥାପନ କରାଯିବ ସେ ନେଇ ଆଲୋଚନା କରାଗଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କ ସମେତ ଆଇନଜୀବି ନିରାକାର ମହଲ, ସଂଗଠନର ସଂଯୋଜକ ଶ୍ରିତମ କୁମାର ପ୍ରଧାନ, ଅମ୍ଳାନ ଅଂଶୁମାନ ସାହୁ, ଅରବିନ୍ଦ ପାଢ଼ୀ, ଆଲୋକ କୁମାର ବେହେରା, ସୁଶୀଲ କୁମାର ସାହୁ, ଟ୍ରକ ମାଲିକ ସଙ୍ଘ ତରଫରୁ ରଜାକୁଦିନ ଖାଁ ଓ ସିଭିଲ ସୋସାଇଟିର ସଭ୍ୟମାନେ ଯୋଗଦେଇଥିଲେ

Leave a Reply

Your email address will not be published. Required fields are marked *