ଶାଗୁଆନ୍ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ।

Date – 04/008/25Place- ସୋରଡାReporter – ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବଡଗଡ ବନାଞ୍ଚଳର ବଡ଼ ସଫଳତା । 20 ଖଣ୍ଡ ଶାଗୁଆନ କାଠ ଗଣ୍ଡି ସହ ପିକପ ଭେନ ଜବତ । ସୂଚନା ମୁତାବକ ଲଗାତାର ଦୁଇ ରୁ ତିନି ଦିନ ଧରି ବିଶେଷ ସୂତ୍ରରୁ ଖବର ପାଇ ବଡଗଡ ବନବିଭାଗ କଡାକଡି ପେଟ୍ରୋଲିଂ ଚାଲିଥିବା ବେଳେ ଆଜି ଭୋର୍ ସମୟରୁ ଏକ ପିକାପ ଭେନ କୁ ମେରୀକୋଟ ରୁ ପିଛା କରିଥିଲେ ବଡଗଡ ବନବିଭାଗ । ହେଲେ ଗାଡ଼ିଟି ଦୃତ ଗତିରେ ବୋରଦା, ଗୌଡଗୋଠ ଦେଇ ମୋହନା ଆଡ଼େ ପଳାଇ ଯାଉଥିବା ବେଳେ ବଡଗଡ ଓ ମୋହନା ବନବିଭାଗ ସହ ଅଡବା ପୋଲିସ ର ମିଳିତ ଭାବେ ଆତର୍କିତ ଚଢାଉ କରି ଗଞ୍ଜାମ ଓ ମୋହନା ସୀମାନ୍ତ ଅଞ୍ଚଳ ବାଲିନାଳ ଠାରେ ଧରିବାରେ ସଫଳ ହୋଇଥିଲେ । ଏହି ଚଢାଉ ରେ 20 ଖଣ୍ଡ ଶାଗୁଆନ କାଠ ଗଣ୍ଡୀ ସହ ଏକ ପିକାପ୍ ଭେନ ଜବତ ହୋଇଛି ଯାହାର ମୂଲ୍ୟ ପ୍ରାୟ 6 ଲକ୍ଷ୍ୟ ହେବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *