୬୦ୟୁନିଟ୍ ରକ୍ତ ଦାନ କଲେ ଜଟଣୀ ୟୁଥ୍ ଫେଡେରେସନ
ଜଟଣୀ ତା ୪-୮-୨୫ ଜଟଣୀ ସହର ସ୍ଥିତ ଜଟଣୀ ୟୁଥ୍ ଫେଡେରେସନ ଓ ଖଣ୍ଡୁଆଳୀ ଯୋଗ ସମିତିର ମିଳିତ ସହଯୋଗରେ ଏକ ରକ୍ତ ଦାନ ଶିବିର ଅଗ୍ରୱାଲା ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ରକ୍ତ ଦାନ ପରି ମହତ୍ କାର୍ଯ୍ୟ ପାଇଁ ଜଟଣୀ ୟୁଥ୍ ଫେଡେରେସନ ଆଗେଇ ଆସିଥିବାରୁ ସେ ତାର ଉଚ୍ଚ ପ୍ରଶଂସା କରିବା ସହ କାର୍ଯ୍ୟକର୍ତ୍ତାମାନଙ୍କୁ ସାଧୁବାଦ୍ ଜଣାଇଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ଅନନ୍ତ କୁମାର ଶତପଥୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ରକ୍ତ ଦାନ ଶିବିରରେ ୬୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । କଟକ ସ୍ଥିତ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀ ଯୋଗ ଦେଇ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

ଅନୁଷ୍ଠାନର ସମ୍ପାଦକ ମନମୋହନ ରାଉତରାୟ, ଉପ ସଭାପତି ରବିନ୍ଦ୍ର କୁମାର ମହାକୁଡ଼, ଯୁଗ୍ମ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ସୁଧାଂଶୁ କୁମାର ସାହୁ, ଦୀପକ କୁମାର ମହାକୁଡ଼, ଦିଲ୍ଲୀପ କୁମାର ସାହୁ,ମିହିର କାନ୍ତ କୋଠାରି, ଚିନ୍ମୟ ରଣା , ଦୀପକ କୁମାର ଜେନା ପ୍ରମୁଖ ଯୋଗ ଦେଇ ରକ୍ତ ଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଜଟଣୀ ସୁରକ୍ଷା ମଞ୍ଚର ସଦସ୍ୟମାନେ ମଧ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ପରି ରକ୍ତ ଦାନ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଅନୁଷ୍ଠାନର ସଭାପତି ଅନନ୍ତ କୁମାର ଶତପଥୀ ଘୋଷଣା କରିବା ସହ ସମସ୍ତ ରକ୍ତ ଦାତା ଓ ସହଯୋଗର ହାତ ବଢ଼ାଇଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ ।
ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।
